Below header

କଟକ ଜଗତପୁର ପୋଲିସକୁ ସଫଳତା: ପୂର୍ବତନ ସରପଞ୍ଚଙ୍କୁ ବୋମା ମାଡ଼ ଘଟଣା, ୬ ଅଭିଯୁକ୍ତ ଗିରଫ

କଟକ: କଟକ ଜଗତପୁର ପୋଲିସକୁ ସଫଳତା । ପୂର୍ବତନ ସରପଞ୍ଚଙ୍କୁ ବୋମା ମାଡ଼ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍ । ଘଟଣାରେ ୬ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ପାଖରୁ ୨ଟି ଜୀବନ୍ତ ବୋମା, ବୋମା ତିଆରି ସରଞ୍ଜାମ ଏବଂ ୫ଟି ବାଇକ ଜବତ କରିଛି ଜଗତପୁର ପୋଲିସ ।

ତେବେ ଜମିଜମା ବିବାଦକୁ ନେଇ ପୂର୍ବତନ ସରପଞ୍ଚଙ୍କୁ ବୋମା ମାଡ଼ ହୋଇଥିବା ଜଣାପଡିଛି । ଅନ୍ଯପଟେ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ମାନଙ୍କୁ ଅଧିକ ପଚରାଉଚରା କରୁଛି ପୋଲିସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.