ସୁନା ଦରରେ ଆସିଛି ପରିବର୍ତ୍ତନ, ୧୦ ଗ୍ରାମ ପ୍ରତି ରହିଛି ଏତିକି ଟଙ୍କା

ଲଗାତାର ଷଷ୍ଠ ଦିନ ପାଇଁ ସୁନା ଦରରେ ଏକ ବିରାଟ ପରିବର୍ତ୍ତନ ଦେଖାଦେଇଛି । ପୁଣିଥରେ ହ୍ରାସ ପାଇଛି ସୁନା ମୂଲ୍ୟ । ସୋମବାର ସନ୍ଧ୍ୟା ଭାରତୀୟ ବଜାରରେ ସୁଦ୍ଧା ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୧୧୦ ଟଙ୍କା ବୃଦ୍ଧି ପାଇଁ ୪୪,୬୩୦ ଟଙ୍କାରୁ ୪୪,୭୪୦ ଟଙ୍କାରେ ପହଂଚିଛି । ଠିକ ସେହିପରି ୨୪ କ୍ୟାରେଟ ସୁନା ଦର ବି ସମାନ ରୂପେ ୧୧୦ ଟଙ୍କା ବୃଦ୍ଧି ପାଇଁ ୪୫,୬୩୦ ଟଙ୍କାରୁ ୪୫,୭୪୦ ଟଙ୍କାରେ ପହଂଚିଛି । ଦେଶର କେତେକ ପ୍ରମୁଖ ସହରରେ ବି ଏହି ମୂଲ୍ୟରେ ପରିବର୍ତ୍ତନ ଆସିଛି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୪୫,୭୪୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ବି ସମାନ ରହିଛି ।  ଦେଶର ରାଜଧାନୀ

 

ଦିଲ୍ଲୀରେ ଗତ କାଲି ସନ୍ଧ୍ୟା ସୁଦ୍ଧା ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୪୬,୩୦୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ସୁନା ଦର ୪୫,୧୦୦ ଟଙ୍କା ରହିଛି । ଠିକ ସେହିପରି ଚେନ୍ନାଇରେ ବି ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ଯଥାକ୍ରମେ ୪୮,୪୨୦
ଟଙ୍କା ୪୪,୩୫୦ ଟଙ୍କା ରହିଛି । ଠିକ ସେହିପରି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ମୂଲ୍ୟ ୭୦ ଟଙ୍କା ବୃଦ୍ଧି ପାଇ ୪୪,୩୫୦ ଟଙ୍କାରୁ ୪୪,୨୮୦ ଟଙ୍କା ହୋଇଛି । ଠିକ ସେହିପରି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପ୍ରତି ୬୦ଟଙ୍କା ବଢି ୪୮,୩୬୦
ଟଙ୍କାରୁ ୪୮,୪୨୦ ଟଙ୍କା ହୋଇଛି । ଠିକ ସେହିପରି ରୂପା ଦର ବି ଏକ କେଜି ପ୍ରତି ୩୦ ଟଙ୍କା ବଢି ୪୭,୪୨୦ ଟଙ୍କାରୁ ୪୭,୪୪୦ ଟଙ୍କା ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.