Below header

ରାଜ୍ୟର ୧୧୩ ପୌରାଞ୍ଚଳରେ ଲାଗୁ ହେବ ସ୍ମାର୍ଟ ଏଲଇଡି ଷ୍ଟ୍ରିଟ୍‌ ଲାଇଟ୍‌ ବ୍ୟବସ୍ଥା

ଭୁବନେଶ୍ବର : ରାଜ୍ୟର ୧୧୩ ପୌରାଞ୍ଚଳରେ ଲାଗୁ ହେବ ସ୍ମାର୍ଟ ଏଲଇଡି ଷ୍ଟ୍ରିଟ୍‌ ଲାଇଟ୍‌ ବ୍ୟବସ୍ଥା । ଏହାଦ୍ୱାରା ପୌରାଞ୍ଚଳରେ ଥିବା ଅନ୍ଧାର ଅଞ୍ଚଳକୁ ଆଲୋକିତ କରିବା ପାଇଁ ଲକ୍ଷ୍ୟ ରହିଛି । ୧୧୩ ପୌରାଞ୍ଚଳରେ ୬୧ ହଜାର ୭୯ଟି ଏଲଇଡି ବଲବ୍‌ ଲଗାଇବା ପାଇଁ ହୋଇଛି ନିଷ୍ପତ୍ତି । ଏଥିପାଇଁ ମୋଟ ୨୬୯.୮୩ କୋଟି ଖର୍ଚ୍ଚ ହେବ। ପିପିପି ମୋଡ଼ରେ ତିନୋଟି ଘରୋଇ ସଂସ୍ଥା ଦ୍ୱାରା ଏହାକୁ କାର୍ଯ୍ୟକାରୀ କରାଯିବ। ଏନେଇ ସମ୍ପୃକ୍ତ କମ୍ପାନୀଙ୍କ ସହ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଟେଣ୍ଡର ପ୍ରକ୍ରିୟା ଦ୍ୱାରା ଏହି ତିନୋଟି କମ୍ପାନୀକୁ ଚୟନ କରାଯାଇଛି। ଆସନ୍ତା ମେ ମାସ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟକାରୀ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.