ଏବେ ଫୋକସରେ ମୟୂରଭଞ୍ଜ, ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଜିଲ୍ଲାର ବିଭିନ୍ନ ରେଳ ପ୍ରକଳ୍ପ ମଂଜୁରୀ ପାଇଁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀଙ୍କ ବାରିପଦା ଗସ୍ତ ପୂର୍ବରୁ ରେଳମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି । ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷି-ଗୋରୁମହିଷାଣୀ ତଥା ବୁଢ଼ାମରା ଓ ଝାଡ଼ଖଣ୍ଡର ଚକୁଳିଆ ଯାଏ ରେଳ ପ୍ରକଳ୍ପକୁ ମଞ୍ଜୁରୀ ମିଳୁ । ପ୍ରକଳ୍ପ ପାଇଁ ରାଜ୍ୟ ସରକାର ନିଶୁଳ୍କରେ ଜମି ଯୋଗାଇ ଦେବେ । ପୂର୍ବରୁ ବୁଢ଼ାମରା–ଚକୁଳିଆ ପ୍ରକଳ୍ପ ପାଇଁ ଅନୁମତି ମିଳିଥିଲା । ପୁଣି ଥରେ ତାଲିକାଭୁକ୍ତ କରି ପ୍ରକଳ୍ପ ନିର୍ମାଣ କରିବାକୁ ମୁଖ୍ୟମନ୍ତ୍ରୀ ଦାବି ଜଣାଇଛନ୍ତି । ଏହି ପ୍ରକଳ୍ପ ଦ୍ୱାରା ଉଭୟ ଓଡ଼ିଶା ଓ ଝାଡ଼ଖଣ୍ଡକୁ ଲାଭ ମିଳିବ । ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ସହାୟକ ହେବ ଚିଠିରେ ଉଲ୍ଲେଖ କରିଛନ୍ତି ନବୀନ ।

ଆସନ୍ତା ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରିପଦା ଗସ୍ତରେ ଆସିବେ । ଏହାପରେ ୮ ତାରିଖରେ ଧାନର ଏମଏସପି ବୃଦ୍ଧି ଦାବି ନେଇ ବିଜେଡି ଦିଲ୍ଲୀ ଦରବାରରେ ଆନ୍ଦୋଳନ କରିବାକୁ ରଣନୀତି ଚୂଡ଼ାନ୍ତ କରିଛି । ନିକଟରେ ଖୋର୍ଦ୍ଧା ଗସ୍ତ ଅବସରରେ ମୋଦି ରାଜ୍ୟ ସରକାରଙ୍କୁ ପଚାରିଥିବା ପ୍ରଶ୍ନରେ ପାଲଟା ୯ଟି ପ୍ରଶ୍ନ ନବୀନ କେନ୍ଦ୍ର ସରକାରଙ୍କୁ ପଚାରି ସାରିଛନ୍ତି । ତେଣୁ ମ୍ୟାଚ୍‌ ଏବେ ଓ୍ଵାନ୍‌ ଓ୍ଵାନ୍‌ରେ ଡ୍ର ରହିଛି । ମୋଦି ବାରିପଦା ଗସ୍ତରେ ରାଜ୍ୟ ସରକାରଙ୍କ ପ୍ରତି କିଭଳି ମନୋଭାବ ପୋଷଣ କରିବେ ତାହା ଉପରେ ନଜର ।
ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ମୟୂରଭଞ୍ଜ ଜିଲ୍ଲାରେ ଭଲ ପ୍ରଦର୍ଶନ କରିଥିଲା । କିନ୍ତୁ ନିକଟରେ ବିଜାତଳା ଜିଲ୍ଲାପରିଷଦ ଉପ ନିର୍ବାଚନରେ ବିଜେଡି ବାଜିମାତ କରିଛି । ମୋଦିଙ୍କ ଗସ୍ତ ରାଜ୍ୟ ବିଜେପି ଉପରେ କି ପ୍ରଭାବ ପକାଉଛି ତାହା ୨୦୧୯ ନିର୍ବାଚନରେ ଜଣାପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.