Below header

କଟକ ଷ୍ଟେସନରେ ଜନଶତାବ୍ଦୀ ଏକ୍ସପ୍ରେସରେ ଧୂଆଁ

କଟକ ଷ୍ଟେସନରେ ଜନଶତାବ୍ଦୀ ଏକ୍ସପ୍ରେସରେ ଧୂଆଁ। ବ୍ରେକ ସୁ ରୁ ବାହାରିଥିଲା ଧୂଆଁ। ତେବେ ଧୂଆଁ ବାହାରିବାର କାରଣ ଅସ୍ପଷ୍ଟ ରହିଛି। ଟ୍ରେନ କର୍ମଚାରୀ ଧୂଆଁକୁ ଆୟତ୍ତ କରିଥିଲେ । ହାୱଡ଼ା ଅଭିମୁଖେ ଯାଉଛି ଜନଶତାବ୍ଦୀ।

କଟକ (କେନ୍ୟୁଜ) : କଟକ ଷ୍ଟେସନରେ ଜନଶତାବ୍ଦୀ ଏକ୍ସପ୍ରେସରେ ନିଆଁ। ଭୁବନେଶ୍ବରରୁ ହାୱଡ଼ା ଯାଉଥିବା ଏକ୍ସପ୍ରେସରେ ଅଗ୍ନିକାଣ୍ଡ। କୋଚ୍ ତଳେ ନିଆଁ ଲାଗିଯାଇଥିଲା। ବ୍ରେକ ସୁରୁ ବାହାରିଥିଲା ପ୍ରବଳ ଧୂଆଁ। ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। କଟକ ଷ୍ଟେସନ ଦେଇ ଯାଉଥିବାବେଳେ ଟ୍ରେନ ତଳୁ ନିଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ନିଆଁକୁ ଆୟତ୍ତ କରିବା ପରେ ଟ୍ରେନଟି କଟକ ଷ୍ଟେସନରୁ ଛାଡ଼ିଥିଲା। ତେବେ ଏଥିରେ କାହାରି କୌଣସି କ୍ଷତି ହୋଇନାହିଁ। ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.