ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ କଂଗ୍ରେସ ନେତା ରେଭନ୍ତ ରେଡ୍ଡୀ, ଶପଥ ପାଠ କରାଇଲେ ରାଜ୍ୟପାଳ

ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି କଂଗ୍ରେସ ନେତା ରେଭନ୍ତ ରେଡ୍ଡୀ । ତାମିଲନାଡୁର ରାଜ୍ୟପାଳ ସୁନ୍ଦରରାଜନ ଶପଥ ପାଠ କରାଇଲେ । ୫୬ ବର୍ଷୀୟ ରେଭନ୍ତ ରେଡ୍ଡୀଙ୍କ ଶପଥ ଗ୍ରହଣ ଉତ୍ସବ ହାଇଦ୍ରାବାଦର ଲାଲବାହାଦୂର ଷ୍ଟାଡିୟମରେ ହୋଇଥିଲା।

ତେଲଙ୍ଗାନାର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି କଂଗ୍ରେସ ନେତା ରେଭନ୍ତ ରେଡ୍ଡୀ । ତାମିଲନାଡୁର ରାଜ୍ୟପାଳ ସୁନ୍ଦରରାଜନ ଶପଥ ପାଠ କରାଇଲେ । ୫୬ ବର୍ଷୀୟ ରେଭନ୍ତ ରେଡ୍ଡୀଙ୍କ ଶପଥ ଗ୍ରହଣ ଉତ୍ସବ ହାଇଦ୍ରାବାଦର ଲାଲବାହାଦୂର ଷ୍ଟାଡିୟମରେ ହୋଇଥିଲା। ଏହି ଶପଥ ଗ୍ରହଣ ଉତ୍ସବରେ କଂଗ୍ରେସ ନେତା ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଗାନ୍ଧି ଭଦ୍ରା ଯୋଗ ଦେଇଥିଲେ। ଏହାଛଡା କାର୍ଯ୍ୟକ୍ରମରେ ପାଖାପାଖି ୧ ଲକ୍ଷରୁ ଅଧିକ ଲୋକ ସାମିଲ ହୋଇଥିଲେ ।

ଭିଡକୁ ନଜରରେ ରଖି ପୋଲିସ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି । ରାଜ୍ୟର ମୁଖ୍ୟ ସଚିବ ଏ ଶାନ୍ତି କୁମାରୀ, ଡିଜିପି ରବି ଗୁପ୍ତା ବରିଷ୍ଠ ଅଧିକାରୀଙ୍କ ସହିତ ବୈଠକ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଅନ୍ୟ ୮ରୁ ୯ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିବେ । ମଲ୍ଲ ଭଟ୍ଟୀ ବିକ୍ରମାର୍କ ଉପମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ନେଇଛନ୍ତି ।


ଶପଥ ଗ୍ରହଣ ଉତ୍ସବରେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧିଙ୍କ ସମେତ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପ ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଇତ୍ୟାଦି ସାମିଲ ରହିଥିଲେ ।

ରେଭାନ୍ତ ରେଡ୍ଡୀ ଦିଲ୍ଲୀ ଯାଇ କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କୁ ଭେଟିଥିଲେ । ପରେ ସେ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ । ସେ ସୋନିଆ ଗାନ୍ଧିଙ୍କ ବାସଭବନରେ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କୁ ମଧ୍ୟ ଭେଟିଥିଲେ । ୧୧୯ଟି ଆସନ ବିଶିଷ୍ଟ ତେଲଙ୍ଗାନା ବିଧାନସଭା ନିର୍ବାଚନରେ କଂଗ୍ରେସ ୬୪ଟି ଆସନ ଜିତିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.