Below header

ପଞ୍ଜୁରୀ ଭିତରେ ସାପ-ଚଢେଇ ଲଢେଇ, ନିଜକୁ ଓ ଅଣ୍ଡାକୁ ବଞ୍ଚାଇବା ପାଇଁ ପ୍ରାଣମୁର୍ଛା ଉଦ୍ୟମ

ପଞ୍ଜୁରୀ ଭିତରେ ସାପ-ଚଢେଇ ଲଢେଇ। ନିଜକୁ ଓ ଅଣ୍ଡାକୁ ବଞ୍ଚାଇବା ପାଇଁ ପ୍ରାଣମୁର୍ଛା ଉଦ୍ୟମ ଚଳାଇଛନ୍ତି ଚଢେଇ। ବାଙ୍କୀ ରଗଡି ଗାଁର ସତ୍ୟରଞ୍ଜନ ମହାପାତ୍ରଙ୍କ ଘରେ ବିତର ଦେଖିବାକୁ ମିଳିଥିଲା ସାପ ଓ ଚଢେଇର ଲଢେଇ। ଗତକାଲି ସନ୍ଧ୍ୟା ସମୟରେ ସତ୍ୟରଞ୍ଜନଙ୍କ ଘରେ ଭିତରେ ଥିବା ଏକ ଚଢେଇ ପଞ୍ଜୁରୀ ଭିତରେ ନାଗ ସାପଟି ପଶିଯାଇଥିଲା।

ସାପଟି ଅଣ୍ଡାଗୁଡିକୁ ଖାଇବାକୁ ଚେଷ୍ଟା କରିବାବେଳେ ଚଢେଇମାନେ ଘେରି ଯାଇଥିଲେ। ଏହାପରେ ଚାଲିଥିଲା ସାପ-ଚଢେଇ ଲଢେଇ। ଚଢ଼େଇ ଆକ୍ରମଣରେ ସାପ ଦରମରା ହୋଇଯାଇଥିଲା। ଏହାଦେଖି ଘର ମାଲିକ ସ୍ନେକ ହେଲ୍‌ପ ଲାଇନ୍‌କୁ ଖବର ଦେଇଥିଲେ। ସ୍ନେକ ହେଲ୍‌ପ ଲାଇନ୍‌ର ସଦସ୍ୟମାନେ ପହଞ୍ଚି ସାପକୁ ଉଦ୍ଧାର କରି ଛାଡିଦେଇଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.