ବ୍ୟକ୍ତିଙ୍କ ପାଖକୁ ଆସିଲା ପାର୍ସଲ, ଖୋଲିଲା ବେଳକୁ ବାହାରିଲା ୬ଫୁଟର ସର୍ପରାଜ

ରାଇରଙ୍ଗପୁର (କେନ୍ୟୁଜ୍) : ପାର୍ସଲରେ ଆସିଲା ନାଗ ସାପ । କୋରିଅର ପେଟିରୁ ବାହାରିଲା ୬ ଫୁଟର ସାପ । ଏପରି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର ୫ ନମ୍ବର ଓ୍ଵାର୍ଡରେ । ପାଇପ୍ କାମ କରୁଥିବା ମୁଥୁ କୁମାରଙ୍କ ଜଣେ ବ୍ୟକ୍ତିଙ୍କ ପାଖକୁ ଅଗ୍ରଓ୍ଵାଲ ପେକର୍ସ ଓ ମୁଭର୍ସ ନାମକ ଏକ କୋରିଅରରୁ ତାଙ୍କ ପାଖକୁ ପାର୍ସଲ ଆସିଥିଲା । ପାର୍ସଲ ଖୋଲିବା ମାତ୍ରେ ସେଥିରୁ ଏକ ନାଗ ସାପ ବାହାରିଥିଲା ।

snake ସଂପୂର୍ଣ୍ଣ ପେଟିଟି ଖୋଲିବା ପୂର୍ବରୁ ରାଇରଙ୍ଗପୁର ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ କର୍ମଚାରୀ ପହଞ୍ଚି ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡିଛନ୍ତି । ତେବେ ପାର୍ସଲ ଭିତରୁ ନାଗ ସାପ ଆସିଲା କେଉଁଠୁ ? କୋରିଅର କର୍ମଚାରୀଙ୍କ ଖାମଖିଆଲି ନାଁ ରାସ୍ତାରେ ପାର୍ସଲ ନେଇ ଗାଡିରେ ଆସିବା ବେଳେ ସାପ ପଶିଯାଇଛି ।

Leave A Reply

Your email address will not be published.