Below header

ସଭ୍ୟ ସମାଜରେ ହୀନ ମାନସିକତା, ଭିନ୍ନକ୍ଷମ ଯୁବକଙ୍କ ସହ ଭିନ୍ନକ୍ଷମ ଯୁବତୀଙ୍କୁ ବିବାହ କରାଇ ସାଉଁଟିଲେ ଅଜସ୍ର ନିନ୍ଦା

ସଭ୍ୟ ସମାଜରେ ହୀନ ମାନସିକତା । ଘୃଣ୍ୟ କାମ । ମାନସିକ ଭିନ୍ନକ୍ଷମ ଯୁବକ-ଯୁବତୀଙ୍କୁ ବିବାହ କରି ମଜା ଉଠାଇବା ଘଟଣାର ତୀବ୍ର ନିନ୍ଦା । ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ବଜାରରେ ଏକ ମିଠା ଦୋକାନରେ ଜଣେ ମାନସିକ ଭିନ୍ନକ୍ଷମ ଯୁବକ କିଛି ବର୍ଷ ଧରି କାମ କରିଆସୁଥିଲେ । ନିକଟରେ ଜଣେ ମାନସିକ ଭିନ୍ନକ୍ଷମ ମହିଳା ବଜାରରେ ବୁଲୁଥିବା ଦେଖିବାକୁ ମିଳିଥିଲା । ସେହି ବଜାରର କିଛି ବିକୃତ ମାନସିକତାର ଲୋକ ଉଭୟଙ୍କୁ ଫୁଲମାଳା ପକାଇ ବିବାହ କରାଇଦେଇଥିଲେ । ଆଉ ଦୁଇ ଜଣଙ୍କୁ ବଜାର ପରିକ୍ରମା କରି ମଜା ଉଠାଇଥିଲେ । କେବଳ ଏତିକି ନୁହେଁ ଟିକଟକ ଭିଡିଓ କରି ସୋସିଆଲ ମିଡିଆରେ ମଧ୍ୟ ଅପଲୋଡ କରିଛନ୍ତି । ଏହି ଘଟଣାକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ ସଂପୃକ୍ତ ଲୋକଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.