Below header

‘ଗୁଡ଼ ନ୍ୟୁଜ’ ରିଲିଜ ପୂର୍ବରୁ ନୂଆ ଲୁକରେ ନଜର ଆସିଲେ କରିନା କପୁର ଓ କିଏରା ଆଡ଼ଭାନୀ

ମଲ୍ଟିଷ୍ଟାର ସିନେମା ‘ଗୁଡ଼ ନ୍ୟୁଜ’ ରିଲିଜ ହେବା ପାଇଁ ଆଉ ମାତ୍ର କିଛି ମୁହୂର୍ତ୍ତ ହିଁ ବାକି ଅଛି । ଫିଲ୍ମଟିକୁ ପ୍ରମୋଟ କରିବା ପାଇଁ ଏହାର କଳାକାର ମାନେ ଯଥାସାଧ୍ୟ ଚେଷ୍ଟା ଚଳାଇଛନ୍ତି । ଏମିତିକି ଫିଲ୍ମର ଅଭିନେତ୍ରୀ କରିନା କପୁର ଓ କିଆରା ଆଡ଼ଭାନୀ ଫିଲ୍ମର ପ୍ରମୋସନ ପାଇଁ ନିଜର ଗର୍ଜିୟସ ଲୁକ ମଧ୍ୟ ଲୋକଙ୍କ ସାମ୍ନାକୁ ଆସିଛନ୍ତି । ନିକଟରେ ଏହି ଅଭିନେତ୍ରୀ ମାନଙ୍କ ନୂଆ ଲୁକ ସୋସିଆଲ ମିଡ଼ିଆ ମାନଙ୍କରେ ଭାଇରଲ ହେବାରେ ଲାଗିଛି । ଏହି ଲୁକରେ କରିନା କପୁର ହଳଦିଆ ରଙ୍ଗର ଗାଉନରେ ଖୁବ ସୁନ୍ଦର ଦେଖାଯାଉଛନ୍ତି । ବେବୋ ସିମ୍ପଲ ହଳଦିଆ ରଙ୍ଗର ଗାଉନରେ ନିଜ ଲୁକକୁ ମଧ୍ୟ ଖୁବ ସିମ୍ପଲ ରଖିଛନ୍ତି । ଲାଇଟ ମେକଅପ, ନ୍ୟୂଡ଼ ଲିପିସ୍ଟିକ, ଖୋଲା ଚୁଟିରେ ବେବୋଙ୍କର ଏକ ନୂଆ ଲୁକ ପରଦା ଉପରକୁ ଆସିଛି । ଲୁକ ସହ ଜବରଦସ୍ତ ଅନ୍ଦାଜରେ କରିନା କ୍ୟାମେରା ସାମ୍ନାରେ ଦମଦାର ପୋଜ ଦେଇଥିବା ମଧ୍ୟ ନଜର ଆସିଛି ।

good news

ଖାଲି ବେବୋ ନୁହେଁ କିଏରା ଆଡ଼ଭାନୀ ମଧ୍ୟ ଏକ ଭିନ୍ନ ଅନ୍ଦାଜରେ କ୍ୟାମେରା ସାମ୍ନାକୁ ଆସିଛନ୍ତି । ଏଥିରେ ସେ ଡେନିମ ରଙ୍ଗର ପ୍ୟାଣ୍ଟ ଓ ସର୍ଟ ସାର୍ଟ ପିନ୍ଧି ପୋଜ ଦେଇଥିବା ନଜର ଆସିଛନ୍ତି । ବ୍ଲାକ ଗଗଲସ ସହ ମ୍ୟାଚିଙ୍ଗ ହିଲ କୀଏରାଙ୍କୁ ଏକ ନୂଆ ଲୁକ ଦେଇଛି । ସୂଚନା ଦେବା ଯୋଗ୍ୟ କି ‘ଗୁଡ଼ ନ୍ୟୁଜ’ ସିନେମା ଆସନ୍ତା ଡିସେମ୍ବର ମାସ ୨୭ ତାରିଖରେ ପରଦା ଉପରକୁ ଆସିବ । ଏଥିରେ କରିନା ଓ କିଏରାଙ୍କ ବ୍ୟତୀତ ଅକ୍ଷୟ କୁମାର ଓ ଦୀଲଜିତ ସିଂ ମୁଖ୍ୟ ଭୂମିକାରେ ପରଦାକୁ ଆସିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.