ବିଗ୍‌ବସ୍‌ ୧୩: ବିନା ଓ୍ଵିଗ୍‌ରେ ବିଗ୍‌ବସ୍‌ ଘରେ ବୁଲୁଛନ୍ତି ପାରସ୍‌ ଛାବ୍ରା, ଦେଖନ୍ତୁ ଭାଇରାଲ ଭିଡିଓ

ବିଗ୍‌ବସ୍‌ ୧୩ର ଅନ୍ୟତମ ବିବାଦୀୟ ପ୍ରତିଯୋଗୀ ପାରସ୍‌ ଛାବ୍ରାଙ୍କ ଏ ଭିଡିଓ ଏବେ ସୋସିଆଲ ମିଡିଆରେ ବହୁଳ ଭାବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ପାରସ୍‌ଙ୍କୁ ବିନା ନକଲି କେଶ ବା ଓ୍ଵିଗ୍‌ରେ ଦେଖିବାକୁ ମିଳିଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଝଡ଼ ସୃଷ୍ଟି କରିଛି।
ଆଗାମୀ ଏପିସୋଡ୍‌ରେ ପାରସ୍‌ଙ୍କୁ ବିନା ଓ୍ଵିଗ୍‌ରେ ଗାଧୁଆଘରୁ ବାହାରୁଥିବା ଦେଖିବାକୁ ମିଳିବ। ସାଇନିଂ ବଲିଉଡ୍‌ ଆକାଉଣ୍ଟ ତରଫରୁ ଏହି ଭିଡିଓକୁ ଇନ୍‌ଷ୍ଟାଗ୍ରାମ୍‌ରେ ଅପଲୋଡ୍‌ କରାଯାଇଛି।

ଦେଖନ୍ତୁ ଭିଡିଓ:

 

View this post on Instagram

 

Lol! Did Paras Chhabra forgot to wear his wig? #BiggBoss13 #SalmanKhan #ParasChhabra #MahiraSharma

A post shared by It’s TV Time (@shiningbollywood) on

ପୂର୍ବରୁ ମଧ୍ୟ ଏକ ଟାସ୍କ ବେଳେ ପାରସ୍‌ଙ୍କ ଓ୍ଵିଗ୍‌ ବାହାରିଯାଇଥିଲା। ଯେଉଁ କାରଣରୁ ସେତେବେଳେ ତାଙ୍କୁ କିଛିଦିନ ପାଇଁ ବିଗ୍‌ବସ୍‌ ଘର ଛାଡ଼ି ବାହାରକୁ ଓ୍ଵିଗ୍‌ ସଜାଡ଼ିବାକୁ ଆସିବାକୁ ପଡ଼ିଥିଲା।

ସୂଚନାଯୋଗ୍ୟ ଯେ, ବିଗ୍‌ବସ୍‌-୧୩ରେ ବର୍ତ୍ତମାନ ସିଦ୍ଧାର୍ଥ ଶୁକ୍ଳା ଓ ରଶ୍ମିି ଦେଶାଇଙ୍କ ଝଗଡ଼ା ଉଗ୍ରରୂପ ନେଇଥିବା ଦେଖିବାକୁ ମିଳିଛି। ଝଗଡ଼ା ଏତେ ମାତ୍ରାରେ ବଢ଼ିଯାଇଥିଲା ଯେ ରଶ୍ମି ସିଦ୍ଧାର୍ଥଙ୍କ ଉପରକୁ ଗରମ ଚା’ ଫିଙ୍ଗିଦେଇଥିଲେ। ପରେ ସିଦ୍ଧାର୍ଥ ମଧ୍ୟ ରଶ୍ମି ଦେଶାଇଙ୍କ ଉପରକୁ ଚା’ ଫିଙ୍ଗିଥିବା ଦେଖିବାକୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.