Below header

ବକ୍ସ ଅଫିସରେ କମାଲ କରିଥିଲା ଡ୍ରିମଗାର୍ଲ, ଖୁସିହୋଇ ଏକତା କପୁର ନିର୍ଦ୍ଦେଶକଙ୍କୁ ଗିଫ୍ଟ କଲେ ୯୦ ଲକ୍ଷ ଟଙ୍କାର ଏହି ମହଙ୍ଗା କାର

ଡିଜିଟାଲ ମନୋରଞ୍ଜନଠୁ ନେଇ ଟିଭି ସିରିୟଲ ପର୍ଯ୍ୟନ୍ତ ନିଜର ଏକ ବଡ଼ ପରିଚୟ ସୃଷ୍ଟି କରିଥିବା ଏକତା କପୁରଙ୍କର ନିକଟରେ ରିଲିଜ ହୋଇଥିବା ଫିଲ୍ମ ଡ୍ରିମ ଗର୍ଲ ବକ୍ସ ଅଫିସରେ ବହୁତ ଭଲ ପ୍ରଦର୍ଶନ କରିଥିଲା। ଏହି ଚଳଚ୍ଚିତ୍ର ବର୍ତ୍ତମାନ ପର୍ଯ୍ୟନ୍ତ ୧୪୦କୋଟିରୁ ଅଧିକ ଟଙ୍କା ଆୟ କରିସାରିଛି । ଏକତା କପୁର ଏହି ଫିଲ୍ମର କୋ ପ୍ରଡ୍ୟୁସର ଥିଲେ । ତେବେ ଏହି ସଫଳତାରେ ଖୁସିହୋଇ ଏକତାକପୁର ଫିଲ୍ମର ନିର୍ଦ୍ଦେଶକ ରାଜ ଶାଣ୍ଡିଲ୍ୟଙ୍କୁ ଏକ ମହଙ୍ଗା କାର ଗିଫ୍ଟ କରିଛନ୍ତି ।


ଅଭିନେତା ଆୟୁଷ୍ମାନ ଖୁରାନା ଓ ଅଭିନେତ୍ରୀ ନୁସରତ ଭରୁଚାଙ୍କ ଅଭିନୀତ ଏହି ଫିଲ୍ମକୁ ଲୋକମାନେ ବହୁତ ପସନ୍ଦ କରିଥିଲେ । ଏକତା କପୁରଙ୍କ ବାଲାଜୀ ଟେଲିଫିଲ୍ମସ ଓ ଆୟୁଷ୍ମାନ ଖୁରାନାଙ୍କ କ୍ୟାରିୟରରେ ଏହି ଚଳଚ୍ଚିତ୍ର ସର୍ବାଧିକ ଆୟ କରିଛି । ଏହାର ସଫଳତା ପାଇଁ ଏକତା ଫିଲ୍ମର ନିର୍ଦ୍ଦେଶକଙ୍କୁ ଏକ ମହଙ୍ଗା କାର ଗିଫ୍ଟ କରିଛନ୍ତି । ଯେଉଁ କାରର ଦାମ ରହିଛି ପାଖାପାଖି ୯୦ ଲକ୍ଷ ଟଙ୍କା ।

 

View this post on Instagram

 

My new Jaguar F Pace Thanks to Ekta Kapoor for giving me such a beautiful gift… DreamgirlSUCCESS RADHE RADHE

A post shared by Raaj Shaandilyaa (@writerraj) on


ଏହା ପୂର୍ବରୁ ଏକତା କାପୁରଙ୍କ ପ୍ରଯୋଜିତ ‘ଏକ ଭିଲେନ’ ୧୦୦ କୋଟିରୁ ଉର୍ଦ୍ଧ୍ୱ ଆୟ କରିଥିଲା । ତେବେ ସେହି ସଫଳତରେ ମଧ୍ୟ ଖୁସିହୋଇ ଏକତା କପୁର ନିର୍ଦ୍ଦେଶକ ମୋହିତ ସୁରୀଙ୍କୁ ଏକ କାର ଗିଫ୍ଟ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.