ଚିଡ଼ିଆଖାନାରେ ଫଟୋ କ୍ଲିକ କରୁଥିଲା ପିଲା ଅଚାନକ ପଛରୁ ଆସିଲା ଏକ ବାଘ ଆଉ ତାପରେ.. ଦେଖନ୍ତୁ ଭାଇରଲ ଭିଡିଓ

ଆୟାରଲ୍ୟାଣ୍ଡର ଡବଲିନରେ ଏକ ଏପରି ଘଟଣା ଘଟିଛି ଯାହା ଦେଖିବା ମାତ୍ରେ କିଛି ସମୟ ପାଇଁ ଆପଣ ଆଶ୍ଚର୍ଯ୍ୟ ହୋଇ ରହିଯିବେ। ଏଠାରେ ଜଣେ ପିଲା ତାର ବାପାଙ୍କ ସହିତ ଚିଡିଆଖାନା ବୁଲିବାପାଇଁ ଯାଇଥିଲେ ଯେଉଁଠାରେ ଏକ ବାଘ ତାଙ୍କ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରୁଛି କିନ୍ତୁ କାଚ ଲଗାଯାଇଥିବା କାରଣରୁ ପିଲାଟିର ଜୀବନ ବଂଚିଯାଇଛି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି।

ଭିଡିଓ ଅନୁଯାୟୀ ୭ ବର୍ଷୀୟ ବାଳକ ସୀନ ଚିଡ଼ିଆଖାନାରେ ଏକ ବାଘ ଏନକ୍ଲୋଜର ବାହାରେ ଫଟୋ କ୍ଲିକ କରାଇବା ପାଇଁ ପୋଜ ଦେଉଥିଲେ ଏବଂ ବାଘଟି ପଛପଟୁ ତାକୁ ଆକ୍ରମଣ କରିବାପାଇଁ ଚେଷ୍ଟା କରୁଥିଲା। ତେବେ ପିଲାଟି ପଛକୁ ବୁଲି ଦେଖିବାମାତ୍ରେ ହଠାତ ବାଘଟି ତା ଉପରକୁ କୁଦି ପଡିଥିଲା ଏବଂ ଆଗରେ ଲାଗିଥିବା କାଚରେ ପିଟି ହୋଇଯାଇଥିଲା। ଏହାକୁ ଦେଖି ପିଲାଟି ଭୟରେ ତଳେ ପଡିଯାଇଥିଲା। ତେବେ ପିଲାଟିର ବାପା ଏହି ସମସ୍ତ ଘଟଣାକୁ ନିଜ କ୍ୟାମେରାରେ କଏଦ କରିଥିଲେ ଏବଂ ନିଜ ଟ୍ୱିଟର ଆକାଉଣ୍ଟରେ ସେୟାର କରିଥିଲେ ଯାହାକି ଦେଖୁ ଦେଖୁ ଭାଇରଲ ହୋଇଯାଇଥିଲା।

फोटो क्लिक करा रहा था बच्चा, अचानक पीछे से शिकार करने आया बाघ और... देखें Viral Video

ଡିସେମ୍ବର ୨୩ ତାରିଖରେ ପୋଷ୍ଟ କରାଯାଇଥିବା ଏହି ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୨ ମିଲିୟନରୁ ଅଧିକ ଲୋକ ଦେଖିସାରିଛନ୍ତି। ତେବେ ଏଭଳି ଏକ ଭିଡିଓ ଉପରେ ଲୋକମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଥିବା ଦେଖିବାକୁ ମିଳିଛି। ଜଣେ ୟୁଜର ଲେଖିଛନ୍ତି “ପିଲାପାଇଁ ସବୁଠାରୁ ସୁନ୍ଦର ମୁହୂର୍ତ୍ତ କିନ୍ତୁ ବାଘପାଇଁ ସବୁଠାରୁ ଖରାପ ସମୟ, ବହୁତ ଜୋରସେ ଲାଗିଯାଇଥିବା ନିଶ୍ଚୟ”।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.