Below header

ସାମାନ୍ୟ ବଚସାରୁ ବାପାକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ପୁଅ

ବାଂଶପାଳ(କେନ୍ୟୁଜ୍): ମାତାଲ୍ ପୁଅର ଠେଙ୍ଗା ମାଡ଼ରେ ବାପାର ଜୀବନ ଗଲା । କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଫୁଲଝର ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସାମାନ୍ୟ ବଚସାରୁ ପୁଅ ସୁମନ୍ତ ଦେହୁରୀ ଗତକାଲି ରାତିରେ ନିଜର ଜନ୍ମକଲା ବାପା ବିଦେଶୀ ଦେହୁରୀଙ୍କୁ ଠେଙ୍ଗାରେ ପିଟି ହତ୍ୟା କରିଛି ।

ଖବର ପାଇ ନୟାକୋଟ ପୋଲିସ ଗାଁରେ ପହଞ୍ଚି ପିତୃହନ୍ତା ପୁତ୍ରକୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଛି । ସୂଚନା ଅନୁଯାୟୀ, ପୂର୍ବରୁ ଅନେକ ସମୟରେ ସାମାନ୍ୟ କଥାକୁ ନେଇ ସୁମନ୍ତ , ବାପା ବିଦେଶୀଙ୍କ ସହିତ କଳିଝଗଡ଼ା କରେ । ଗତକାଲି ରାତି ୧୦ଟା ସମୟରେ ନିଶାଗ୍ରସ୍ତ ଅବସ୍ଥାରେ ସୁମନ୍ତ ଘରେ ପାଟିତୁଣ୍ଡ କରିଥିଲା ।

ଏଥିରେ ବାପା ବିଦେଶୀ ବିରୋଧ କରିବାରୁ ନିକଟରେ ଥିବା ଏକ ଠେଙ୍ଗାରେ ବିଦେଶୀଙ୍କୁ ମାଡ଼ ମାରିଥିଲା ସୁମନ୍ତ । ଫଳରେ ଘଟଣାସ୍ଥଳରେ ହିଁ ବିଦେଶୀଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ନୟାକୋଟ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ , ଅଭିଯୁକ୍ତ ସୁମନ୍ତକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.