କାନ୍ଧକଟା ଶାର୍ଟ ପିନ୍ଧି ବାଇକ୍‌ ଚଲାଇଲେ କ’ଣ କଟିବ କି ଚାଲାଣ! ବାହାରକୁ ଯିବା ପୂର୍ବରୁ ଜାଣି ନିଅନ୍ତୁ ନିୟମ

କ’ଣ ଆପଣ ଯାତାୟାତ ସମ୍ବନ୍ଧୀୟ ସମସ୍ତ ନିୟମ ବିଷୟରେ ଜାଣିଛନ୍ତି କି? ବାସ୍ତବରେ, ପ୍ରତ୍ୟେକ ବ୍ୟକ୍ତି ପାଇଁ ଏହା ସମ୍ଭବ ନୁହେଁ ଯେ ସେ ସବୁ ନିୟମ ବିଷୟରେ ଭଲ ଭାବରେ ଜାଣି ପାରିବ। ଏହି କାରଣରୁ ଅନେକ ବାର ଲୋକେ ଭୁଲ୍‌ ସୂଚନାର ଶିକାର ହୋଇ ଯାଆନ୍ତି। ଏମିତିରେ ଲୋକଙ୍କୁ ପ୍ରତ୍ୟେକ ନୂଆ ସୂଚନାକୁ କ୍ରସ୍‌ ଭେରିଫାଏ କରିବା ଉଚିତ୍‌, ଯେପରି ସେମାନେ ସେହି ସୂଚନାର ପ୍ରାମାଣିକତା ବିଷୟରେ ଜାଣି ପାରିବେ। ଏବେ ବି ଯାତାୟାତ ନିୟମ ସହ ଜଡ଼ିତ କେତେକ ଭୁଲ୍‌ ସୂଚନା ଲୋକଙ୍କ ମଧ୍ୟରେ ରହିଛି।

କିଛି ଲୋକ ଭାବୁଛନ୍ତି ଯେ କାନ୍ଧକଟା ଗଞ୍ଜି ବା ଶାର୍ଟ ପିନ୍ଧି ବାଇକ୍‌ ଚଲାଉଥିବା ଲୋକଙ୍କର ଚାଲାଣ କଟାଯିବାର ନିୟମ ରହିଛି। ଯେତେବେଳେ କି, ବାସ୍ତବରେ ସେମିତି କିଛି ନାହିଁ। ବର୍ତ୍ତମାନର ମୋଟର ଯାନ ଆକ୍ଟରେ କାନ୍ଧକଟା ଗଞ୍ଜି ପିନ୍ଧି ବାଇକ୍‌ ଚଲାଇଲେ, ଚାଲାଣ କଟିବାର କୌଣସି ବି ନିୟମ ନାହିଁ। ଏ ସମ୍ବନ୍ଧରେ କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡ଼କରୀଙ୍କ ଅଫିସ୍‌ ତରଫରୁ ୨୦୧୯ରେ ଟ୍ଵିଟ୍‌ କରି ମଧ୍ୟ ସ୍ପଷ୍ଟୀକରଣ ଦିଆଯାଇଥିଲା। ନିତିନ ଗଡ଼କରୀଙ୍କ ଅଫିସ୍‌ ତରଫରୁ ଲେଖାଯାଇଥିଲା କି, ନୂଆ ମୋଟର ଯାନ ଆକ୍ଟ (ଏବେ ଲାଗୁ ଅଛି ଏବଂ ଯାହା ୨୦୧୯ରେ ଅଣାଯାଇଥିଲା)ରେ କାନ୍ଧକଟା ଶାର୍ଟ ପିନ୍ଧି ଗାଡ଼ି ଚଲାଇଲେ ଚାଲାଣର ନିୟମ ନାହିଁ।

ତେଣୁ କହି ରଖୁଛୁ କି, ଯେତେବେଳେ ବି ଆପଣ ବାଇକ୍‌ ଧରି ଘରୁ ବାହାରୁଛନ୍ତି, ତ ଯାତାୟାତର ନିୟମଗୁଡ଼ିକୁ ନିଶ୍ଚୟ ପାଳନ କରନ୍ତୁ। କାର୍‌ ଚଲାଇବା ସମୟରେ ସିଟ୍‌ ବେଲ୍ଟ ନିଶ୍ଚୟ ପିନ୍ଧନ୍ତୁ ଏବଂ ବାଇକ୍‌ ଚଲାଇବା ବେଳେ ହେଲ୍‌ମେଟ ଅବଶ୍ୟ ପିନ୍ଧନ୍ତୁ। ଏମିତି କରି ଆପଣ ନିଜ ସୁରକ୍ଷାକୁ ଆହୁରି ମଜଭୁତ କରି ପାରିବେ। ଏହା ବ୍ୟତୀତ ଅଧିକ ବେଗରେ ଗାଡ଼ି ଚଲାନ୍ତୁ ନାହିଁ, ଏହା ଆପଣଙ୍କ ପାଇଁ ବିପଜ୍ଜନକ ହୋଇପାରେ।