ଟି-୨୦ ବିଶ୍ୱକପ : ଇଂଲଣ୍ଡକୁ ହରାଇଲା ଆର୍ୟଲାଣ୍ଡ, ଡକଓ୍ଵର୍ଥ ନିୟମ ଅନୁଯାୟୀ ୫ ରନରେ ବାଜିମାରିଲା ଆର୍ୟଲାଣ୍ଡ

ଟି-୨୦ ବିଶ୍ୱକପର ଆଜିର ମ୍ୟାଚରେ ମଜବୁତ ଟିମ୍‌ ଇଂଲଣ୍ଡକୁ ହରାଇଲା ଆର୍ୟଲାଣ୍ଡ। ମେଲବର୍ଣ୍ଣରେ ଖେଳାଯାଉଥିବା ମ୍ୟାଚ୍‌ ବର୍ଷା ଯୋଗୁଁ ଆର୍ୟଲାଣ୍ଡ ଟିମ୍‌ ଇଂଲଣ୍ଡ ଟିମକୁ ଡିଏଲଏସ ନିୟମ ଅନୁସାରେ ୫ ରନରେ ହରାଇଛି। ଆର୍ୟଲାଣ୍ଡ ଟିମ ପ୍ରଥମେ ବ୍ୟାଟିଂ କରି ୧୯.୫ ଓଭରରେ ୧୫୭ ରନରେ ଅଲଆଉଟ୍‌ ହୋଇଥିଲା।

ଜବାବରେ ଇଂଲଣ୍ଡ ଟିମ୍‌ ୧୪.୩ ଓଭରରେ ୫ ଓ୍ଵିକେଟ ହରାଇ ୧୦୫ ରନ୍‌ କରିଥିଲା। ତା’ ପରେ ବର୍ଷା ହୋଇଥିଲା। ଯାହା ଯୋଗୁଁ ଆଉ ଖେଳ ହୋଇପାରିନଥିଲା। ତେବେ ଡକଓ୍ଵର୍ଥ ଲୁଇସ ଷ୍ଟର୍ନ (ଡିଏଲଏସ) ନିୟମ ଅନୁଯାୟୀ ଇଂଲଣ୍ଡ ସେତେବେଳେ ୫ ରନ ପଛରେ ରହିଥିଲା। ଏହି ନିୟମ ଅନୁସାରେ ୫ ରନରେ ଜିତିଲା ଆର୍ୟଲାଣ୍ଡ। ତେବେ ଆର୍ୟଲାଣ୍ଡ ହଟିମ୍‌ ଟି-୨୦ ବିଶ୍ୱକପରେ େଓ୍ଵଷ୍ଟଇଣ୍ଡିଜ ଏବଂ ଇଂଲଣ୍ଡ ଭଳି ଟିମ୍‌କୁ ହରାଇବାରେ ସକ୍ଷମ ହୋଇଛି।

ଇଂଲଣ୍ଡ ଆର୍ୟଲାଣ୍ଡ ଟିମକୁ ୧୯୦୫ ଓଭରେ ୧୫୭ ରନ୍‌ କରି ଅଲଆଉଟ୍‌ ହୋଇଥିଲା। ଇଂଲଣ୍ଡର ଲିୟାମ ଲିଭିଂଷ୍ଟୋନ ଏବଂ ମାର୍କ ଉଡ୍‌ ୩-୩ଟି ଓ୍ଵିକେଟ ନେଇଥିଲେ। ଆର୍ୟଲାଣ୍ଡର ଅଧିନାୟକ ଏଣ୍ଡି ବାଲବର୍ଣ୍ଣ ୪୭ ବଲ୍‌ରେ ୬୨ ରନ୍‌ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.