Below header

କେନ୍ଦ୍ରାପଡା: ୧୫ ବର୍ଷ ପରେ ଘରକୁ ଫେରିଲା ହଜିଲା ପୁଅ, ନାମ ସଂକିର୍ତ୍ତନ କରି ପାଛୋଟି ନେଲେ ଗ୍ରାମବାସୀ

ଆଳି(କେନ୍ୟୁଜ୍):   ଦୀର୍ଘ ୧୫ ବର୍ଷ ପରେ ଘରକୁ ଫେରିଛି ନିଖୋଜ ପୁଅ।ହଜିଲା ପୁଅର ଘରବାହୁଡାକୁ ନେଇ ବାପା,ମା,ପରିବାର ଗାଁ ଓ ସମୁଦାୟ ପଞ୍ଚାୟତରେ ଖେଳିଯାଇଛି ଆନନ୍ଦର ଲହରୀ।   କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ପତ୍ରପୁର ଗ୍ରାମପଞ୍ଚାୟତ ରାଏସରପୁର ଗାଁର ଫକୀର ମହାଳିକଙ୍କ ୨୨ ବର୍ଷର ପୁଅ ଦୀନବନ୍ଧୁ ୧୫ ବର୍ଷ ତଳେ ମୂଳବସନ୍ତର ଏକ ଦୋକାନରେ କାମ କରୁଥିଲା।ସେଠାରେ ଗୋଟିଏ ଦିନ ଯାତ୍ରା ଦେଖିବାକୁ ଯାଇ ଆଉ ଫେରିନଥିଲା।ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ମଧ୍ୟ ଦୀନବନ୍ଧୁର କୌଣସି ପତ୍ତା ପାଇନଥିଲେ।ବର୍ଷବର୍ଷ ପରେ ମଧ୍ୟ ପୁଅର କୌଣସି ସନ୍ଧାନ ନମିଳିବାରୁ ନିରାଶ ହୋଇ ବାପାମା,ପରିବାର ଲୋକେ ଆଖିରୁ ଲୁହ ଝରାଇ ପୁଅକୁ କେବଳ ଝୁରି ହେଉଥିଲେ। ଏମିତି ଏମିତି ବିତି ଗଲାଣି ୧୫ ବର୍ଷ। ଦୀନବନ୍ଧୁ ଉପରୁ ସବୁ ଆଶା ହରାଇ ସାରିଥିଲେ ସାରା ପରିବାର।

aul 3 ଗତକାଲି ହଠାତ ପତ୍ରପୁର ସରପଞ୍ଚ ପ୍ରତିନିଧି ସୁବ୍ରତ ବେହୁରା ପାଇଲେ ଫୋନ୍ କଲ୍।ସୂଚନା ଥିଲା ଦୀନବନ୍ଧୁଙ୍କ ସଂପର୍କରେ।ପୁରୀ ଜିଲ୍ଲା ଗୋପ ବ୍ଲକ ବଇରୀପୁର ଗ୍ରାମର ରମେଶ ପରିଡା  ଖବର ଦେଇଥିଲେ ଯେ ସେମାନେ ଦୀନବନ୍ଧୁକୁ ୧୫ ବର୍ଷ ହେଲା ପାଳିତ ପୁଅ ଭାବରେ ରଖିଛନ୍ତି।ଏହି ଖବର ପରେ ଦୀନବନ୍ଧୁର ବାପା ମା,ପରିବାର ସମେତ ଗାଁ ଓ ପଞ୍ଚାୟତ ସାରା ଖେଳିଯାଇଥିଲା ଆନନ୍ଦ।ଦୀନବନ୍ଧୁର ବାପା ମା ପରିବାର ଓ କେତେକ ଗ୍ରାମବାସୀଙ୍କୁ ନେଇ ସରପଞ୍ଚ ପ୍ରତିନିଧି ସୁବ୍ରତ ବେହୁରା ଯାଇଥିଲେ ପୁରୀ ବଇରୀପୁର।

aul 2

ସେଠାରୁ ପାଳିତ ବାପାଙ୍କ ସହିତ ଦୀନବନ୍ଧୁଙ୍କୁ ଧରି ରାଏସରପୁରରେ ଆଜି  ପହଞ୍ଚିଛନ୍ତି ସମସ୍ତେ।ଗ୍ରାମବାସୀ ନାମ ସଂକିର୍ତ୍ତନ କରି ଦୀନବନ୍ଧୁଙ୍କୁ ପାଛୋଟି ନେଇଛନ୍ତି ଗାଁକୁ। ସାରା ପଞ୍ଚାୟତରେ ଖେଳୁଛି ଆନନ୍ଦର ଲହରୀ।   ପାଳିତ ବାପା ମା ରମେଶଙ୍କୁ ସବୁ ଆଡୁ ଭୂରି ଭୂରି ପ୍ରଶଂସା ମିଳିଛି ।ଦୀର୍ଘ ୧୫ ବର୍ଷ ପରେ ଘରବାହୁଡା ରମେଶକୁ ଦେଖିବାକୁ ଗାଁରେ ଭିଡ଼ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.