‘ଭାବିଜୀ ଘର ପର ହୈ’ ଫେମ୍‌ ଅଙ୍ଗୁରୀ ଭାବିଙ୍କୁ କରୋନା, ଇଣ୍ଡିଆନ୍‌ ଆଇଡଲ ବିଜେତା ଅଭିଜିତ୍‌ ସାଓ୍ଵନ୍ତ ମଧ୍ୟ ପଜିଟିଭ୍‌

ଟିଭିର ଲୋକପ୍ରିୟ ଶୋ’ ‘ଭାବି ଜୀ ଘର ପର ହୈ’ର ଫେମ୍‌ ଅଙ୍ଗୁରୀ ଭାବି ଓରଫ୍‌ ଶୁଭାଙ୍ଗୀ ଅତ୍ରିଙ୍କୁ କରୋନା। କେବଳ ଶୁଭାଙ୍ଗୀ ନୁହେଁ, କଣ୍ଠଶିଳ୍ପୀ ଅଭିଜିତ୍‌ ସାଓ୍ଵନ୍ତ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ଶୁଭାଙ୍ଗୀ କହିଛନ୍ତି ଯେ ସେ ଏବେ ଘରେ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ଡାକ୍ତରଙ୍କ ପରାମର୍ଶରେ ମେଡିସିନ୍‌ ଖାଉଛନ୍ତି। ଅନ୍ୟପଟେ ଶୁଭାଙ୍ଗୀଙ୍କ ସ୍ୱାମୀ ଓ ଝିଅଙ୍କ ରିପୋର୍ଟ କିନ୍ତୁ ନେଗେଟିଭ୍‌ ଆସିଛି।

ଶୁଭାଙ୍ଗୀ କହିଛନ୍ତି, ମୋ’ଠାରେ ଗତ ୨ ଦିନ ହେଲା କରୋନାର ଆଂଶିକ ଲକ୍ଷଣ ପ୍ରକାଶ ପାଉଥିଲା। ମୋତେ ଜ୍ୱର ଥିଲା, କିନ୍ତୁ ମୋର ପୂର୍ବରୁ ଟନ୍‌ସିଲ୍‌ର ସମସ୍ୟା ଥିଲା। ତେଣୁ ଭାବିଥିଲି କାଳେ ପୁଣି ସେହି ସମସ୍ୟା ହେଉଥିବ। କିନ୍ତୁ ଅନ୍ୟ ଲକ୍ଷଣ ପରିଲକ୍ଷିତ ହେବାରୁ ମୁଁ ତୁରନ୍ତ କରୋନା ଟେଷ୍ଟ କରାଇଥିଲି। ଏବେ ଏହାର ରିପୋର୍ଟ ପଜିଟିଭ୍‌ ଆସିଛି। ଏଣୁ ମୁଁ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଅଛି। ନିଜକୁ ଗୋଟିଏ ରୁମ୍‌ରେ ଆଇସୋଲେଟ୍‌ କରିଛି। ମୋ ସ୍ୱାମୀଙ୍କ ଭାଇ ଡାକ୍ତର। ତାଙ୍କ ପରାମର୍ଶ ନେଇ ମୁଁ ସବୁ କାମ କରୁଛି।

 

View this post on Instagram

 

A post shared by Shubhangi.A🦋 (@shubhangiaofficial)

କରୋନା ସଂକ୍ରମିତ ହୋଇଥିବା ନେଇ ଅଭିଜିତ୍‌ ଟ୍ଵିଟରରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମୁଁ କରୋନା ପଜିଟିଭ୍‌ ହୋଇଛି। ଆପଣ ସୁରକ୍ଷିତ ରୁହନ୍ତୁ ଓ ସାବଧାନତା ଅବଲମ୍ବନ କରନ୍ତୁ। ମାସ୍କ ପିନ୍ଧନ୍ତୁ। ଅବହେଳା କରନ୍ତୁ ନାହିଁ।

ସୂଚନାଯୋଗ୍ୟ ଯେ ଗତ କିଛି ଦିନ ମଧ୍ୟରେ ବଲିଉଡ୍‌ର ଅକ୍ଷୟ କୁମାର, କାର୍ତ୍ତିକ ଆର୍ଯ୍ୟନ, ରଣବୀର କପୁର, ପରେଶ ରାଓ୍ଵଲ, ଭିକ୍କି କୌଶଲ ଓ ଭୂମି ପେଡନେକର ପ୍ରମୁଖ କରୋନା ସଂକ୍ରମିତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.