Below header

ମଜବୁତ ହାଡ଼ ପାଇଁ ଗ୍ରୀଷ୍ମରେ ଖାଆନ୍ତୁ ଏହି ଫଳ, ଜାଣନ୍ତୁ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ

ଶରୀରରେ ଜଏଣ୍ଟ ପେନ୍‌ ବଡ଼ ମାରାତ୍ମକ ହୋଇଥାଏ । ଏହାର ଦରଜ ବଡ଼ ଅସହ୍ୟ ହୋଇଥାଏ । ଏହା ଆପଣଙ୍କ କାମକାର୍ଯ୍ୟରେ ମଧ୍ୟ ବାଧା ସୃଷ୍ଟି କରିଥାଏ । ବିଶେଷକରି ହାଡ଼ ଦରଜ ହେବା କିମ୍ବା ଦୁର୍ବଳ ହେବା ଓଷ୍ଟିଓପୋରୋସିସ୍‌ ରୋଗର କାରଣ ହୋଇଥାଏ । ଆମ ଶରୀର ସର୍ବଦା ପୁରୁଣା ହାଡର ଟିସୁକୁ ବଦଳାଇଥାଏ । ହେଲେ ଓଷ୍ଟିଓପୋରୋସିସ୍‌ ରୋଗରେ ହାଡ଼ ନିର୍ମାଣ ଡେରିରେ ହୋଇଥାଏ । ଏହି ରୋଗ ବୟସ୍କ ଓ ମହିଳାଙ୍କ ଠାରେ ଅଧିକ ଦେଖାଦେଇଥାଏ ।

ତେବେ ଆଜିକାଲି ଏହି ସମସ୍ୟା ଯୁବକମାନଙ୍କ ଠାରେ ମଧ୍ୟ ଦେଖାଗଲାଣି । ଏହି ରୋଗ ଯୋଗୁ ହାଡ଼ ସାମାନ୍ୟ ଆଘାତରେ ମଧ୍ୟ ଅଧିକ କ୍ଷତିଗ୍ରସ୍ତ ହୋଇଥାଏ ଓ ଡେରିରେ ଭଲ ହୋଇଥାଏ । ଏହି ରୋଗ ହେଲେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା କଥା । ଏହାଛଡ଼ା ଏମିତି କିଛି ଫଳ ଖାଇବା ଦ୍ୱାରା ମଧ୍ୟ ହାଡ଼କୁ ଆପଣ ମଜବୁତ କରିପାରିବେ । ଆସନ୍ତୁ ଜାଣିବା କ’ଣ ଏହି ଫଳସବୁ ।

apple
photo credit: healthline

ସେଓ :  ଆପଣ ସେଓ ବର୍ଷ ସାରା ପାଇପାରିବେ । ସେଓ ଭଲ ଭାବରେ ହାଡ଼ ନିର୍ମାଣ କରିବା ସହ ଏଥିରେ ଥିବା ଭରପୁର କ୍ୟାଲସିୟମ ଓ ଭିଟାମିନ୍‌ ଶରୀରକୁ ଫାଇଦା ଦେଇଥାଏ ।

ଅମୃତଭଣ୍ଡା :  ଏହି ମିଠା ରସାଳ ଫଳ ବହୁତ ସ୍ୱାସ୍ଥ୍ୟକାରୀ । ଭିଟାମିନ୍‌ ସି ରେ ଭରପୁର ଅମୃତଭଣ୍ଡା ଖାଇବା ଦ୍ୱାରା ଆପଣଙ୍କ ଚର୍ମ, ହାଡ଼ ଓ ଇମ୍ୟୁନିଟି ବଢ଼ିବାରେ ଯାଦୁ ଭଳି କାମ କରିଥାଏ ।

papaya
photo credit: Asiafarming

ସପୁରୀ :  ଏହି ଫଳ ପୋଟାସିୟମରେ ଭରପୁର ହୋଇଥାଏ । ଗବେଷକଙ୍କ କହିବା ଅନୁଯାୟୀ,ପୋଟାସିୟମର କାମ ଶରୀରରେ ଏସିଡ୍‌ ଲୋଡ୍‌କୁ କମାଇବା ସହ କ୍ୟାଲସିୟମ ଅଭାବ ପୂର୍ଣ୍ଣ କରିବାରେ ସାହାଯ୍ୟ କରିଥାଏ । ଏଥିରେ ଥିବା ପର୍ଯ୍ୟାପ୍ତ ଭିଟାମିନ ଏ ଓ କ୍ୟାଲସିୟମ୍‌ ହାଡ଼ ମଜବୁତ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ।

ଷ୍ଟ୍ରବେରୀ :  ଏଥିରେ ଥିବା ଏଣ୍ଟିଅକ୍ସିଡାଣ୍ଟ ହାଡ଼କୁ ଖରାପ କରୁଥିବା ଫ୍ରି ରେଡିକଲ୍‌ ତିଆରି କରିବାରେ ସାହାଯ୍ୟ କରିଥାଏ । ଏହାଛଡ଼ା ଏହି ଫଳ କ୍ୟାଲସିୟମ୍‌, ମାଗ୍ନେସିୟମ, ପୋଟାସିୟମ୍‌,ଭିଟାମିନ କେ ଓ ସି ରେ ଭରପୁର କାରଣରୁ ଏହା ନୂଆ ହାଡ଼ ସୃଷ୍ଟି କରିବାରେ ସାହାଯ୍ୟ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.