ଭୁବନେଶ୍ୱରରେ କାୟା ମେଲାଉଛି କରୋନା: ଆଜି ୭୦ କରୋନା ପଜିଟିଭ୍‌ ଚିହ୍ନଟ, ସନ୍ଧ୍ୟା ସୁଦ୍ଧା ୫ରୁ ୮ ବଢ଼ିପାରେ

କେନ୍ୟୁଜ୍(ବ୍ୟୁରୋ):  BMC ଅଞ୍ଚଳରେ ବଢ଼ୁଛି କରୋନା ସଂକ୍ରମଣ। ଆଜି ଭୁବନେଶ୍ୱରରୁ ୭୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସନ୍ଧ୍ୟା ସୁଦ୍ଧା ସଂଖ୍ୟା ଆହୁରି ୫ରୁ ୮ ବଢ଼ିପାରେ ବୋଲି BMC କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି। ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି BMC ହସ୍ପିଟାଲରେ ବେଡ୍‌ ସଂଖ୍ୟା ବୃଦ୍ଧି କରାଯିବ। ଏୟାରପୋର୍ଟ, ଷ୍ଟେସନରୁ ପ୍ରତିଦିନ ୫ରୁ ୧୦ ପଜିଟିଭ୍‌ ବାହାରୁଛନ୍ତି।

ଟ୍ରାଭେଲ୍‌ ରେଷ୍ଟ୍ରିକସନ୍‌ ନ ରଖିବାରୁ ଭୁବନେଶ୍ୱରରେ ସଂକ୍ରମଣ ବଢୁଥିବା କମିଶନର ସୂଚନା ଦେଇଛନ୍ତି। ଏନ୍‌ଫୋର୍ସମେଣ୍ଟ ଓ ସଚେତନତା ଉପରେ ଗୁରୁତ୍ୱ ଦିଆଯାଉଛି। ୩ଟି ଜୋନ୍‌ରେ ଏନ୍‌ଫୋର୍ସମେଣ୍ଟ ଟିମ୍‌ କାମ କରୁଛନ୍ତି। ଚେକିଂ କୁ ବି ଜୋରଦାର କରାଯାଉଛି। ଭୁବନେଶ୍ୱରରେ ନାଇଟ୍‌ କର୍ଫ୍ୟୁ ନେଇ ସରକାର ନିଷ୍ପତ୍ତି ନେବେ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.