ଉପନିର୍ବାଚନ ପୂର୍ବରୁ ପିପିଲି ଅଞ୍ଚଳରୁ ୫୦ଲକ୍ଷ ନଗଦ ଟଙ୍କା ଜବତ,ତରାକାଜ ଛକରୁ ୨ଯୁବକଙ୍କୁ ଧରିଲା ପୋଲିସ

ପିପିଲି(କେନ୍ୟୁଜ୍):  ଉପନିର୍ବାଚନ ପୂର୍ବରୁ ପିପିଲି ଅଞ୍ଚଳରୁ ବିପୁଳ ଟଙ୍କା ଜବତ । ତରାକାଜ ଛକରୁ ପୋଲିସ ଚେକିଂ ବେଳେ ଜବତ ହୋଇଛି ୫୦ ଲକ୍ଷ ଟଙ୍କା । ବାଇକ୍‌ ଆରୋହୀଙ୍କ ପାଖରୁ ଏହି ଟଙ୍କା ଜବତ ହୋଇଛି । ଗୋଟିଏ ମୋଟର ସାଇକେଲରେ ଯାଉଥିବା ବେଳେ ୨ ଜଣ ବ୍ୟକ୍ତିଙ୍କୁ ରୁଟିନ୍‌ ଯାଞ୍ଚ ବେଳେ ଅଟକାଇଥିଲା ପୋଲିସ । ସେମାନେ ନଅଟକିବାରୁ ପରେ ପୋଲିସ ପିଛା କରିଥିଲା ।

ଯାଞ୍ଚ ବେଳେ ସେମାନଙ୍କ ପାଖରୁ ମିଳିଛି ନଗଦ ୫୦ଲକ୍ଷ ଟଙ୍କା । ଦୁଇ ବାଇକ୍‌ ଆରୋହୀଙ୍କୁ ଅଟକ ରଖିଛି ପୋଲିସ । ସେମାନଙ୍କ ଘର ବଳଙ୍ଗା ଅଞ୍ଚଳରେ । ଟଙ୍କା ସହ ପଲ୍‌ସର ବଇକ ମଧ୍ୟ ଜବତ ହୋଇଛି । ତେବେ ଟଙ୍କା କିଏ ଓ କେଉଁଆଡ଼େ ପଠାଉଥିଲେ ସେନେଇ ଖୋଳତାଡ କରୁଛି ପୋଲିସ । ଅଟକ ଯୁବକତଙ୍କୁ ପଚରାଉଚରା କରାଯାଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.