ନିଆରା ଡାଏଟିଂ! କେବଳ ବିୟର ପିଇ ୧୮ କିଲୋ ଓଜନ କମାଇଲେ ବ୍ୟକ୍ତି

ବିୟର ପିଇ ଓଜନ କମାଇଲେ ବ୍ୟକ୍ତି। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି କଥାଟି ପୂରାପୂରି ସତ। ଆମେରିକାର ଜଣେ ଯୁବକ ଖାଇବା ପିଇବା ଛାଡ଼ି କେବଳ ବିୟର ପିଇ ୧୮ କେଜି ଓଜନ କମାଇବାରେ ସଫଳ ହୋଇଛନ୍ତି। ଆମେରିକାର ସିନ୍‌ସିନାଟି ସହରର ବାସିନ୍ଦା ଡେଲ ହଲ୍‌ ଏହି ଅଦ୍ଭୁତ କାର୍ଯ୍ୟ କରି ଦେଖାଇଛନ୍ତି। ଡେଲ କହିଛନ୍ତି, ସେ କେବଳ ଚା, କଫି, ବିୟର ଓ ପାଣି ଭଳି ଜିନିଷ ହିଁ ସେବନ କରୁଛନ୍ତି ଓ ଏତେ ଓଜନ କମାଇବେ ସକ୍ଷମ ହୋଇଛନ୍ତି।

ଡେଲ ୪୬ ଦିନ ଯାଏଁ କେବଳ କ୍ରାଫ୍ଟ ବିୟର ହିଁ ପିଅନ୍ତି। ଆର୍ମିରୁ ଅବସର ନେଇଥିବା ଡେଲ ଏବେ ଏକ ବିୟର କମ୍ପାନୀରେ କାମ କରୁଛନ୍ତି। ସବୁ ବେଳେ ରେସ୍ତୋରାଁର ଆଖପାଖରେ ରହୁଥିଲେ ମଧ୍ୟ ୪୬ ଦିନ ଯାଏଁ ସେ କିଛି ବି ବାହାର ଖାଦ୍ୟ ଖାଇନଥିଲେ। ଡାକ୍ତରମାନେ ମଧ୍ୟ ତାଙ୍କର ଦେଖାଶୁଣା କରୁଥିଲେ।

beer
Image Credit: aajtak

ଡେଲ କହିଛନ୍ତି ଯେ ଅଧିକାଂଶ ଦିନ ସେ ବ୍ରେକ୍‌ଫାଷ୍ଟ କରନ୍ତି ନାହିଁ। ଏଣୁ ଦିନରେ ୨ରୁ ୫ଟି ବିୟର ପିଇଥାନ୍ତି। ସେ କହିଛନ୍ତି, ମୁଁ ସର୍ବପ୍ରଥମେ ଦ୍ୱିପ୍ରହରରେ ବିୟର ପିଇଥାଏ। ଏହା ପରେ ଯେତେବେଳେ ଅଳ୍ପ ଭୋକ ଲାଗେ ସେତେବେଳେ ଦ୍ୱିତୀୟ ବିୟର ପିଇଥାଏ। ଏଭଳି ଦିନରେ ୩ରୁ ୫ଟି ବିୟର ପିଏ। ତେବେ ଏହି ଡାଏଟ୍‌ରେ ରହିବା ଦ୍ୱାରା ତାଙ୍କ କୋଲୋଷ୍ଟୋଲ, ବ୍ଲଡ ସୁଗାର ଓ ବ୍ଲଡ ପ୍ରେସର କମିଥିବା ସେ କହିଛନ୍ତି। ଡାକ୍ତର ମଧ୍ୟ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍‌ ଥିବା କହିଛନ୍ତି।

ଡେଲ କହିଛନ୍ତି, ସେ ନିଜର ଏହି ଲାଇଫ୍‌ଷ୍ଟାଇଲର ଉପାୟ ସେୟାର କରି ଏବେ ଯାଏଁ ୧୨ ହଜାର ଡଲାର ରୋଜଗାର କରିଛନ୍ତି। ସେହି ଟଙ୍କାକୁ ସେ କରୋନା ଯୋଗୁ ମାନ୍ଦାରେ ଚାଲୁଥିବା ରେସ୍ତୋରାଁ ଓ ବାର୍‌କୁ ଦାନ କରିବେ ବୋଲି କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.