ଛାତ୍ରୀ ମୃତ୍ୟୁ ଘଟଣା : ମୃତ୍ୟୁ ଅଭିଯୋଗ ଅାଣିଲା ପରିବାର

ବାଲେଶ୍ୱର(କେନ୍ୟୁଜ୍) : ସୋର ତେଣ୍ଟେଇ ଗାଁରେ ଦୁଇ ଛାତ୍ରୀଙ୍କ ଅସ୍ୱାଭାବିକ ମୃତ୍ୟୁ ଘଟଣାର ନୂଆ ମୋଡ଼ । ଛାତ୍ରୀଙ୍କୁ ହତ୍ୟା କରାଯାଇଥିବା ମୃତ ପ୍ରିୟଙ୍କାଙ୍କ ବାପା-ମାଆ ସୋର ଥାନାରେ ଅଭିଯୋଗ କରିଛନ୍ତି । ଗତକାଲି ଦୁଇ ଜଣଙ୍କ ଦାମ ଶ୍ରେଣୀ ଛାତ୍ରୀଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ମୃତକମାନେ ହେଲେ ବିରିପଦା ଗାଁର ମାୟାଧର ଦାସଙ୍କ ଝିଅ ପ୍ରିୟଙ୍କା ଦାସ ଓ ତେଣ୍ଟେଇ ଗାଁର ବୀରେନ୍ଦ୍ର ଦାସଙ୍କ ଲକ୍ଷ୍ମୀପ୍ରିୟା ଦାସ । ଦୁହେଁ ତେଣ୍ଟେଇ ହାଇସ୍କୁଲରେ ଦଶମ ଶ୍ରେଣୀର ଛାତ୍ରୀ ଥିଲେ । ପ୍ରିୟଙ୍କା ଓ ଲକ୍ଷ୍ମୀପ୍ରିୟା ଟିଉସନ୍ରୁ ଫେରିଥିଲେ । ସାଙ୍ଗ ହୋଇ ଲକ୍ଷ୍ମୀପ୍ରିୟାଙ୍କ ଘରେ ଶୋଇଥିଲେ । ହେଲେ ସକାଳୁ ଦୁଇ ଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.