Below header

ଜୁସ୍‌ ବିକାଳିରୁ ସଂଗୀତ ଜଗତର ବାଦଶାହ ଗୁଲସନ୍‌ କୁମାର : ୨୦ ବର୍ଷ ତଳେ ନିହତ ହୋଇଥିଲେ ଅଣ୍ଡରଓ୍ଵାର୍ଲଡ୍‌ ହାତରେ

ଗୁଲସନ କୁମାର । ଏଇ ନାଁଟି ଅନ୍ତତଃ କେବେ ଭୁଲି ପାରିବନି ଭାରତୀୟ ସଂଗୀତ ଜଗତ । ସିନେମା ସଂଗୀତ ହେଉ କି ଆଲବମ୍‌ ସଂଗୀତ ଅଥବା ଭଜନ, ଏସବୁକୁ ଲୋକପ୍ରିୟ କରିବାରେ ଗୁଲସନ କୁମାରଙ୍କର ଅବଦାନ ଅନେକ । ସେତେବେଳେ ଗାଁ ଗହଳିଠାରୁ ସହର ବଜାର ପର୍ଯ୍ୟନ୍ତ ସବୁଠି ଥିଲା ଟେପରେକର୍ଡ଼ର ଓ ଟେପ୍‌ ରେକର୍ଡ଼ରେ ବାଜୁଥିଲା ଗୁଲସନ୍‌ କୁମାରଙ୍କ ପ୍ରତିଷ୍ଠିତ ସୁପର କ୍ୟାସେଟ୍‌ସ ବା ଟି-ସିରିଜ୍‌ କ୍ୟାସେଟ୍‌ ଗୀତ । ଗୁଲସନ୍ କୁମାରଙ୍କର ଜନ୍ମ ୫ମଇ ୧୯୫୧ ମସିହାରେ ହୋଇଥିଲା । ସଙ୍ଗୀତକୁ ଏକ ନୂଆ ପରିଚୟ ଦେଇଛନ୍ତି ଗୁଲସନ୍ କୁମାର । ତାଙ୍କର ପୂରା ନାଁ ଥିଲା ଗୁଲସନ୍ କୁମାର ଦୁଆ । ସଂଘର୍ଷ ପୂର୍ଣ୍ଣ ଜୀବନ କାଟିବା ପରେ ନିଜ ସଙ୍ଗୀତ ଏବଂ ସଙ୍ଗୀତ ପ୍ରତି ଥିବା ଭଲପାଇବା ପାଇଁ ସେ ଏକ ଖାସ୍ ସ୍ଥାନ ପାଇପାରିଛନ୍ତି । ୧୨ ଅଗଷ୍ଟ ୧୯୯୭ରେ ତାଙ୍କର ହତ୍ୟା କରାଯାଇଥିଲା । ଆଜି ହେଉଛି ତାଙ୍କର ପୂଣ୍ୟତିଥି ଏବଂ ଆଜିର ଦିନରେ ଆମେ ଆପଣଙ୍କୁ ଜଣାଇବୁ ତାଙ୍କ ଜୀବନ ସହିତ ଜଡିତ କିଛି ଖାସ୍ କଥା ।

ଗୁଲସନ୍ କୁମାର ସଙ୍ଗୀତ କ୍ଷେତ୍ରରେ ତାଙ୍କ ଜୀବନ ଆରମ୍ଭ କରିବା ପୂବରୁ ନିଜ ବାପାଙ୍କ ସହିତ ଦୀଲ୍ଲିର ଦରିୟାଗଂଜ୍ ମାର୍କେଟରେ ଜୁସ୍ ଦୋକାନ ଚଳାଉଥିଲେ । ଏହାପରେ ସେ ଜୁସ୍ ଦୋକାନ ଛାଡି ଏକ କ୍ୟାସେଟ୍ ଦୋକାନ ଖୋଲିଲେ ଯେଉଁଠାରେ ସେ ଗୀତର କ୍ୟାସେଟ୍ ଶସ୍ତାରେ ବିକ୍ରି କରୁଥିଲେ । ଏହା ପରେ ଗୁଲସନ୍ କୁମାର ନିଜର ଗୋଟେ ଅଡିଓ କ୍ୟାସେଟ୍ ଅପରେସନ୍ ଖୋଲିଲେ ଯାହାର ନାଁ ସୁପର୍ କ୍ୟାସେଟ୍ ଇଣ୍ଡଷ୍ଟ୍ରି ଥିଲା । ନୋଇଡାରେ ସେ ନିଜର ଏକ ମ୍ୟୁଜିକ୍ ପ୍ରଡକସନ୍ କଂପାନି ଖୋଲିଲେ ଏବଂ ଏହାପରେ ମୁମ୍ବାଇ ସିଫ୍ଟ ହୋଇଗଲେ । ଗୁଲସନ୍ କୁମାର ଟି-ସିରିଜର କ୍ୟାସେଟ୍ ଜରିଆରେ ସଙ୍ଗୀତକୁ ଘରେ ଘରେ ପହଂଚାଇବାର କାମ କରିଥିଲେ । ଗୁଲସନଙ୍କ ମୃତ୍ୟୁ ପରେ ତାଙ୍କର ସମସ୍ତ କାର୍ୟ୍ୟଭାର ତାଙ୍କ ପୁଅ ଭୂଷଣ କୁମାର ଏବଂ ଝିଅ ତୁଳସି କୁମାର ନିଜ କାନ୍ଧକୁ ନେଇଛନ୍ତି । ଟି-ସିରିଜ୍ ଆଜିବି ସବୁଠାରୁ ପ୍ରସିଦ୍ଧ ମ୍ୟୁଜିକ୍ ପ୍ରଡକସନ୍ କଂପାନି ଅଛି ।

ମାଟି ସହିତ ଜଡିତଥିବା ଗୁଲସନ୍ କୁମାର ନିଜର ଆର୍ଦଶ ଏବଂ ଉଦାରତା ଦେଖାଇଛନ୍ତି ନିଜ ସଂପତିର ଅଧା ସମାଜକୁ ଦାନ କରି । ଗୁଲସନ୍ କୁମାର ବୈଷ୍ଣୋଦେବୀଙ୍କ ମନ୍ଦିରରେ ଏକ ଭଣ୍ଡାରର ସ୍ଥାପନା କରିଛନ୍ତି ଯାହା ଆଜିବି ତାର୍ଥଯାତ୍ରୀଙ୍କ ପାଇଁ ଖାଇବା ପ୍ରସ୍ତୁତ କରୁଛି ।

ଗୁଲସନ୍ କୁମାର ୧୯୯୨ରୁ ୯୩ ମଧ୍ୟରେ ସବୁଠାରୁ ଅଧିକ ଟ୍ୟାକସ୍ ଭରିଥିବା ବ୍ୟକ୍ତି । ଏହା କୁହାଯାଏ କି ମୁମ୍ବାଇର ଅଣ୍ଡରୱାର୍ଲଡ ଜବସନ୍ ବସୁଲିଙ୍କର ଦାବି ମୁତାବକ ଟଙ୍କା ଆଗକୁ ଦେବେ ନାହିଁ ବୋଲି ମନା କରିଦେବାରୁ ତାଙ୍କୁ ହତ୍ୟା କରାଯାଇଥିଲା । କହି ରଖୁଛୁ, ୧୨ଅଗଷ୍ଟ ୧୯୯୭ରେ ମୁମ୍ବାଇର ଏକ ମନ୍ଦିର ବାହାରେ ଗୁଳି କରି ତାଙ୍କୁ ହତ୍ୟା କରାଯାଇଥିଲା ।

ଗୁଲସନ୍ କୁମାରଙ୍କର ଜୀବନ ଉପରେ ଆଧାରିତ ଏକ ସିନେମା ମଧ୍ୟ ତିଆରି କରାଯାଉଛି । ସିନେମାଟିର ନାଁ ମୁଗଲ୍ ରଖାଯାଇଛି । ପ୍ରଥମେ ଗୁଲସନଙ୍କ ରୋଲ୍ ପାଇଁ ଅଭିନେତା ଅକ୍ଷୟ କୁମାରଙ୍କୁ କାଷ୍ଟ କରାଯାଇଥିବାର ଖବର ମିଳିଥିଲା କିନ୍ତୁ ବୋଧେ ଏବେ ସେ ଏହି ସିନେମାଟିର ଅଂଶ ହୋଇରହି ନାହାନ୍ତି । ସିନେମାରେ କାମ କରିବା ପାଇଁ ଅମିର୍ ଖାନଙ୍କର ନାଁ ମଧ୍ୟ ଚର୍ଚ୍ଚା ହୋଇଥିଲା । ଏବେ ବି ଏହି ସିନେମା ପାଇଁ କିଏ ଅଭିନୟ କରିବେ ତାହା ନିଶ୍ଚିତ ହୋଇପାରି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.