ଜଳବନ୍ଦୀ ହେଲେ ଲୋକନାଥ : ତୃତୀୟ ସୋମବାରରେ ଭକ୍ତ କିପରି କରିବେ ଜଳଲାଗି ?

ପୁରୀ(କେନ୍ୟୁଜ୍) : ପାଣିରେ ବୁଡିଲେ ଲୋକନାଥ। ପୁରୀର ପ୍ରସିଦ୍ଧ ଶ୍ରୀଲୋକନାଥ ବାବା ଜଳବନ୍ଦୀ ହୋଇଯାଇଛନ୍ତି। ମନ୍ଦିର ଭିତର ଓ ବାହାର ବେଢାରେ ଆଣ୍ଠୁଏ ଲେଖାଏଁ ପାଣି ଜମି ରହିଛି। ଗମ୍ଭୀରା, ବାହାର ବେଢା ଓ ଲିଙ୍ଗ ପାଣିରେ ବୁଡି ରହିଛି। ପାର୍ବତୀ ସାଗର ମଧ୍ୟ ବୁଡି ରହିଛି। ଲଗାଣ ବର୍ଷାରେ ୫ ଦିନ ଧରି ଏପରି ଅବସ୍ଥା ସୃଷ୍ଟି ହୋଇଛି। ଜଳ ନିଷ୍କାସନ ପାଇଁ ପ୍ରଶାସନ ପକ୍ଷରୁ ୫ଟି ମୋଟର ଲଗାଯାଇଛି। ସେପଟେ ଆସନ୍ତାକାଲି ଶ୍ରାବଣ ସୋମବାର ଥିବାରୁ କାଉଡିଆମାନେ କଭଳି ଜଳଲାଗି କରିବେ ସେନେଇ ସମସ୍ୟା ଦେଖାଦେଇଛି। ଏପରି ସ୍ଥିତିରେ ଠାକୁରଙ୍କ ନୀତିକାନ୍ତି ସଂପାଦନ କରିବାରେ ମଧ୍ୟ ପୂଜକଙ୍କ ପାଇଁ ସମସ୍ୟା ସୃଷ୍ଟି ହେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.