Below header

ଭାଗ୍ୟହୀନ ‘ସୌଭାଗ୍ୟ’ ଯୋଜନା

ମୋହନା (କେନ୍ୟୁଜ୍) :  ଗଜପତି ଜିଲ୍ଲା ମୋହନା, ଚନ୍ଦ୍ରଗିରି ଓ ଅଡ଼ବା ବିଦ୍ୟୁତ୍ ସେକ୍ସନରେ କିଛି ଏମିତି ଘଟୁଛି ଯାହାକୁ ନେଇ ବିଦ୍ୟୁତ୍ ଗ୍ରାହକ ଭାରି ଅସନ୍ତୁଷ୍ଟ । ଏଠାରେ ସୌଭାଗ୍ୟ ଯୋଜନାରେ ଅପହଞ୍ଚ ଇଲାକାରେ ପହଞ୍ଚିଛି ବିଜୁଳି । ଲୋକେ ବିଜୁଳି ଆଲୁଅ ପାଇ ଖୁସି । ହେଲେ ହିତାଧିକାରୀ ଲାଭ ଜାଗାରେ କ୍ଷତି ସହୁଛନ୍ତି । ବିଲ୍ ବାବଦରେ ଶୋଷଣର ଶିକାର ହେଉଥିବା ଅଭିଯୋଗ କରିଛନ୍ତି । ସେମାନଙ୍କ ଘରକୁ ବିଦ୍ୟୁତ୍ ସଂଯୋଗ ସିନା ହୋଇଛି ହେଲେ ମିଟର ଲାଗି ନାହିଁ ।

ତେଣୁ ବିଦ୍ୟୁତ୍ ବିଭାଗ ତରଫରୁ ଆନୁମାନିକ ଭାବେ ମାସିକ ବିଲ୍ ଆଦାୟ ହେଉଛି । ଜାଳନ୍ତୁ ନଜାଳନ୍ତୁ ୩୦୦ରୁ ୪୦୦ ଟଙ୍କା ଦେବାକୁ ପଡୁଛି । କିଛି ଘରେ ଯେଉଁଠି ପାରିଛନ୍ତି ସେଠି ମିଟର ଲଗାଇ ଦେଇଛନ୍ତି ।  ମୋହନା ବିଦ୍ୟୁତ ଉପଖଣ୍ଡ ଅଧୀନରେ ଥିବା ୭୧ଟି ଗାଁରେ ଏବେ ଏଭଳି ସ୍ଥିତି । ପ୍ରାୟ ୧୫ ଶହ ହିତାଧିକାରୀ ସମସାରେ ପଡ଼ିଛନ୍ତି । ଏ ସମ୍ପର୍କରେ ବିଦ୍ୟୁତ ବିଭାଗ ଅଧିକାରୀଙ୍କ କହିବା ହେଲା, ଆମେ ଉଚ୍ଚ ଅଧିକାରୀଙ୍କୁ ଜଣାଇ ଦେବୁ । ସେପଟେ ଖୁବ୍ ଶୀଘ୍ର ସମସ୍ୟାର ସମାଧାନ କରିବାକୁ ଦାବି କରିଛନ୍ତି ବିଦ୍ୟୁତ୍ ଉପଭୋକ୍ତା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.