କସୋଟି-୨ର ପ୍ରୋମୋ ସୁଟ୍, କିଙ୍ଗ୍ ଖାନ୍ ନେଲେ ୮ କୋଟି

କସୋଟି ଜିନ୍ଦେଗିକୀ-୨ ଟିଭିରେ ପ୍ରସାରଣ ହେବା ପୁର୍ବରୁ ଚର୍ଚ୍ଚା ହେଲାଣି । ଦର୍ଶକଙ୍କୁ ପ୍ରେରଣା ଅନୁରାଗଙ୍କର ଜବରଦସ୍ତ ଲଭ୍ ଷ୍ଟୋରି ୨୫ ସେପ୍ଟେମ୍ବରରୁ ରାତି ୮ଟା ରେ ଦେଖିବାକୁ ମିଳିବ । ସତକଥା ହେଉଛି ସୋର ଏକ ପ୍ରୋମୋ ଭିଡିଓ ସାରୁଖ୍ ଖାନ୍ନଙ୍କ ସହିତ ସୁଟ୍ କରାଯାଉଛି । ଖବର ମିଳିଛିକି ଏଥିପାଇଁ କିଙ୍ଗ୍ ଖାନ୍ନ ବଡ ଧରଣର ମୋଟା ଅଙ୍କ ନେଇଛନ୍ତି ।

ଏହି ପ୍ରୋମୋ ଭିଡିଓରେ ସାରୁଖଙ୍କ ସହିତ ଏକତା କପୁର୍ ଆସିଛନ୍ତି । ମିଡିଆ ରିର୍ପୋଟ ଅନୁସାରେ ପ୍ରୋମୋ ସୁଟ୍ ପାଇଁ ସାରୁଖ୍ ୮ କୋଟି ଟଙ୍କା ନେଇଛନ୍ତି । କୁହାଯାଉଛି କି’ କିଙ୍ଗ୍ ଖାନ୍ନ ଏକତାଙ୍କ ସହିତ ୬-୮ ଘଣ୍ଟା ସୁଟିଙ୍ଗ୍ କରିଛନ୍ତି । କିଙ୍ଗ୍ ଖାନ୍ନ କସୋଟି-୨ର ସୁତ୍ରଧାର ରହିବେ । ଏଥିପାଇଁ ସେ ୨-୩ଘଣ୍ଟା ଆହୁରି ସୁଟିଙ୍ଗ କରିଥିଲେ ।

srk ekta

ଏବେ କିଙ୍ଗ୍ ଖାନଙ୍କର ଫିସ୍ କୁ ନେଇ ସମ୍ନାକୁ ଆସିଥିବା କଥା କେତେ ମାତ୍ରାରେ ସତ ଏହା ଠିକ୍ ଭାବେ ଜଣାପଡି ନାହିଁ । କିନ୍ତୁ ଏହା ନିହାତି କି ସାରୁଖ୍ କସୋଟି-୨ ସହିତ ମିଶିବାରୁ ଏହି ସୋର ଚାହିଦା ଆହୁରି ବଢିଯାଇଛି । ସୋର ସୁଟିଙ୍ଗ୍ କୋଲକାତାରେ ଜାରି ରହିଛି ।

Leave A Reply

Your email address will not be published.