Below header

ରେକର୍ଡ ସ୍ତରରେ ଡିଜେଲ ଦର : ଦିଲ୍ଳୀରେ ଆଜି ୧୫ ପିଇସା ବଢ଼ି ଲିଟର ପିଛା ୬୯.୬୧ ଟଙ୍କା

ନୂଆଦିଲ୍ଳୀ : ଡିଜେଲର ଦର ଲଗାତର ତୃତୀୟ ଦିନରେ ରେକର୍ଡ଼ ସ୍ତରରେ ପହଞ୍ଚିଛି। ଆଜି ସକାଳ ସମୟରେ ଲିଟର ପିଛା ଡ଼ିଜେଲ ୬୯.୬୧ ଟଙ୍କାରେ ପହଞ୍ଚିଛି। ସୋମବାର ଦିନ ଏହାର ମୂଲ୍ଯ ୬୯.୪୬ଟଙ୍କା ଥିବା ବେଳେ ରବିବାର ଦିନ ୬୯.୩୨ ଟଙ୍କାରେ ବିକ୍ରି ହୋଇଥିଲା। ତୈଳ ଦର ଗତ ୧୪ ମଇରୁ ବଢ଼ିବାରେ ଲାଗିଛି। ଖାଲି ତାହା ନୁହଁ ୧୪ମଇରୁ ପେଟ୍ରୋଲ ମୂଲ୍ଯ ବଢ଼ି ୭୮.୦୫ ଟଙ୍କା ପର୍ଯ୍ଯନ୍ତ ପହଞ୍ଚିଛି।

ତେଲ କମ୍ପାନୀ ଗୁଡ଼ିକ ଅନ୍ତଃରାଷ୍ଟ୍ରୀୟ ସ୍ତରରେ କଞ୍ଚାତେଲର ଦାମ ବଢ଼ିବା ସହ ବଜାରରେ ଦିନକୁ ଦିନ ପେଟ୍ରୋଲ-ଡ଼ିଜେଲ ବଢ଼ିବାରେ ଲାଗିଛି। ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ଯ ଲାଗୁ ରହିଥାଏ। ଏହାପରେ ରାଜ୍ଯ ତାହାର ଟ୍ଯକ୍ସକୁ ଲଗାଇ ମୂଲ୍ଯ ନିର୍ଦ୍ଧାରିତ ହୋଇଥାଏ।

ଦିଲ୍ଲୀରେ ପଟ୍ରୋଲ ୭୮.୦୫ଟଙ୍କା ପ୍ରତି ଲିଟର ବିକ୍ରି ହୋଇଛି। ଏହା ପରେ ୩୦ ମଇରୁ ଆରମ୍ଭ କରି ୧୨ ଜୁନ୍ ପର୍ଯ୍ଯନ୍ତ ୧୪ଦିନ ମୂଲ୍ଯ ଟିକେ କମ କରାଯାଇଥିଲା। କିନ୍ତୁ ଏଥିରେ ପୁଣିଥିରେ ବୃଦ୍ଧି ଘଟିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.