Below header

ନିର୍ବାଚନ ଆଗରୁ ସବୁ ନେତା ଜିତିବା କଥା କହିବେ : ସୌମ୍ୟରଂଜନ ପଟ୍ଟନାୟକ

କ୍ଷମତାକୁ ଆସିବ ବିଜେପି । ଧର୍ମେନ୍ଦ୍ରଙ୍କ ଏହି ମନ୍ତବ୍ୟକୁ ନେଇ ବିଜେଡ଼ି ସାଂସଦ ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା । ସୌମ୍ୟରଂଜନ କହିଛନ୍ତି, ଅମାନତ ହରାଉଥିବା ଦଳ ବିଜେପି । ନିର୍ବାଚନ ଆଗରୁ ସବୁ ନେତା ଜିତିବା କଥା କହିବେ। ତେଣୁ ଧର୍ମେନ୍ଦ୍ର ଏପରି କହୁଛନ୍ତି । ଲୋକଙ୍କୁ ଏପରି ନ କହିଲେ, ଆଗକୁ କିପରି ନିର୍ବାଚନ ଲଢିବେ।

୨୦୧୯ ନିର୍ବାଚନ ପାଖେଇବା ସହ ସଜବାଜ ଜୋରଦାର ହେଉଛି। ଯେଉଁ ଗଣମାଧ୍ୟମ ସର୍ଭେ କରୁଛିି, ତା ଉପରେ ରହୁଛି ସମସ୍ତଙ୍କ ନଜର । ଇଣ୍ଡିଆ ଟୁଡେ ସର୍ଭେ, ନବୀନଙ୍କୁ ପୁଣି ଆଗରେ ରଖିଛି। ଏଥିରେ କୁହାଯାଇଛି, ରାଜ୍ୟର ୫୯ ପ୍ରତିଶତ ଲୋକ ଚାହୁଁଛନ୍ତି ଓଡିଶାରେ ନବୀନ ପଟ୍ଟନାୟକ ପୁଣି ମୁଖ୍ୟମନ୍ତ୍ରୀ ହୁଅନ୍ତୁ। ସର୍ଭେରେ ୨୧ ପ୍ରତିଶତ ସହ ଧର୍ମେନ୍ଦ୍ର ପ୍ରଧାନ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ସର୍ଭେରୁ ଜଣାପଡିଛି ଓଡିଶାରେ ପ୍ରଧାନମନ୍ତ୍ରୀ ଭାବେ ମୋଦିଙ୍କୁ ୫୪ ପ୍ରତିଶତ ଏବଂ ରାହୁଲ ଗାନ୍ଧୀଙ୍କୁ ୨୧ ପ୍ରତିଶତ ଲୋକେ ଚାହୁଁଛନ୍ତି । ସର୍ଭେ ଉପରେ ଧର୍ମେନ୍ଦ୍ରଙ୍କ ମତ, ବିଧାନସଭାରେ ବିଜେଡି ଓ ଲୋକସଭାରେ ବିଜେପି ଅଧିକ ଆସନ ଜିତିବ। ତାଙ୍କର ବିଶ୍ୱାସ ବିଜେପି ସରକାର ଗଠନ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.