Below header

ପୁରୀ ଭଳି ଲିଙ୍ଗରାଜ ମନ୍ଦିର ପାଇଁ ଆସିବ ସ୍ବତନ୍ତ୍ର ଆଇନ,ବିକାଶ କାର୍ଯ୍ୟର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ କଲେ ଘୋଷଣା

କେନ୍ୟୁଜ୍(ବ୍ୟୁରୋ): ଲିଙ୍ଗରାଜ ମନ୍ଦିର ପାଇଁ ଆସିବ ସ୍ୱତନ୍ତ୍ର ଆଇନ । ଜଗନ୍ନାଥ ମନ୍ଦିର ଭଳି ଲିଙ୍ଗରାଜ ମନ୍ଦିର ପାଇଁ ଆସିବ ଆଇନ । ଏଥିପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରୁଛନ୍ତି । ଲିଙ୍ଗରାଜ ମନ୍ଦିର ଓ ଏକାମ୍ର କ୍ଷେତ୍ରର ସମୀକ୍ଷା ପରେ ଏହି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶ୍ରୀଜଗନ୍ନାଥ ମନ୍ଦିର କମିଟି ଭଳି ଲିଙ୍ଗରାଜ ମନ୍ଦିର କମିଟି ଗଠନ ହେବ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଭଳି ଲିଙ୍ଗରାଜ ମନ୍ଦିରରେ ରହିବେ ଜଣେ ମୁଖ୍ୟ ପ୍ରଶାସକ । କିଏ ରହିବେ ମୁଖ୍ୟ ପ୍ରଶାସକ, ସରକାର ସ୍ଥିିର କରିବେ । କମିଟିରେ କିଏ ସଦସ୍ୟ ହେବେ, ତାହା ଆଇନରେ ଆସିବ । ଶ୍ରୀମନ୍ଦିରରେ ଗଜପତି ମହାରାଜ ଅଧ୍ୟକ୍ଷ ଥିବା ବେଳେ ଲିଙ୍ଗରାଜ ମନ୍ଦିରରେ କିଏ ଅଧ୍ୟକ୍ଷ ରହିବେ, ତାହା ସ୍ଥିର କରାଯିବ । ମନ୍ଦିରର ବିଭିନ୍ନ ରୀତିନୀତିରେ ସେବାୟତଙ୍କ ଭୂମିକା କ’ଣ ରହିବ, ତାହା ଉଲ୍ଲେଖ ରହିବ ।

ଏକାମ୍ର କ୍ଷେତ୍ର ପ୍ଲାନ ଓ ଏହାର ବିକାଶ କାର୍ଯ୍ୟ କିପରି ଚାଲିଛି ଏହାର ସମୀକ୍ଷା କରିଛନ୍ତି ନବୀନ ପଟ୍ଟନାୟକ । ଏକାମ୍ରକ୍ଷେତ୍ର ଯୋଜନାରେ ସହଯୋଗ ଓ ଜମି ଦେଇଥିବା ସ୍ଥାନୀୟ ଲୋକଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପୁରୀ ଭଳି ଲିଙ୍ଗରାଜ ମନ୍ଦିରକୁ ମଧ୍ୟ ବିଶ୍ୱସ୍ତରୀୟ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଲିଙ୍ଗରାଜ ମନ୍ଦିର ସନ୍ନିକଟ ୬୬ ଏକର ପରିମିତ ଜମି ଉପରେ କାର୍ଯ୍ୟକାରୀ ହେବ ଏକାମ୍ର କ୍ଷେତ୍ର ଯୋଜନା । ଲିଙ୍ଗରାଜ ମନ୍ଦିର ଚତୁପାର୍ଶ୍ୱର ବିକାଶ କରାଯାଇ ଆଧ୍ୟାତ୍ମିକ, ଶାନ୍ତ ତଥା ଭକ୍ତିମୟ ପରିବେଶ ସୃଷ୍ଟି କରାଯାଉଛି । ବିନ୍ଦୁ ସାଗର ଚାରିପାଖରେ ପଥଚାରୀଙ୍କ ପାଇଁ ବ୍ୟବସ୍ଥା କରାଯାଉଛି । ଇ-ଯାନ ମାଧ୍ୟମରେ ମନ୍ଦିରକୁ ପ୍ରବେଶ କରିବେ ଭକ୍ତ । ଭାରି ଯାନ, ପ୍ରଦୂଷଣ ଏବଂ ଧୂଆଁରୁ ରକ୍ଷା ପାଇବା ପାଇଁ ବ୍ୟବସ୍ଥା କରାଯାଉଛି । ଲିଙ୍ଗରାଜ ବଜାରରୁ ତଲେଶ୍ୱର ଛକ, ନୂତନ ଲିଙ୍ଗରାଜ ବଜାରରୁ ବିନ୍ଦୁ ସାଗର ପର୍ଯ୍ୟନ୍ତ ରାସ୍ତା ସଂଯୋଗ କରିବ ।ଭକ୍ତମାନେ ଲିଙ୍ଗରାଜ ଉତ୍ତର କବାଟରୁ ବିନ୍ଦୁ ସାଗରକୁ ସ୍ପଷ୍ଟ ଭାବେ ଦେଖି ପାରିବେ । ଖୋଲା ସ୍ଥାନରେ ବସି ଭକ୍ତିମୟ ପରିବେଶର ଉପଭୋଗ କରିବେ ଭକ୍ତ । ମନ୍ଦିର ପରିସରକୁ ପରିଷ୍କାର କରିବା ପାଇଁ ଇକୋ ଫ୍ରେଣ୍ଡଲି ବର୍ଜ୍ୟବସ୍ତୁ ନିଷ୍କାସନ ପ୍ରଣାଳୀ କାର୍ଯ୍ୟକାରୀ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.