ପ୍ରଭାସଙ୍କ ଆଉ ଏକ ଧମାକାଦାର ଫିଲ୍ମ ‘ସଲାର୍’ର ଘୋଷଣା, ସାମ୍ନାକୁ ଆସିଲା ଫାଷ୍ଟ ଲୁକ

ସୁପରଷ୍ଟାର ପ୍ରଭାସ ବର୍ତ୍ତମାନ ତାଙ୍କ ନିଜ ଫିଲ୍ମକୁ ନେଇ ଅଧିକ ଚର୍ଚ୍ଚାରେ ଅଛନ୍ତି । ଆଦିପୁରୁଷ, ରାଧେ ଶ୍ୟାମ ଏବଂ ଦୀପିକା ପାଦୁକୋନଙ୍କ ସହ ଏକ ସାଇନ୍ସ ଫିକ୍ସନ ଫିଲ୍ମ ପରେ ପ୍ରଭାସ ବର୍ତ୍ତମାନ ନିର୍ଦ୍ଦେଶକ ପ୍ରଶାନ୍ତ ନୀଲଙ୍କ ପରବର୍ତ୍ତୀ ଫିଲ୍ମ ସାଇନ କରିଛନ୍ତି । ସୂଚନା ଅନୁଯାୟୀ ଏହି ଚଳଚ୍ଚିତ୍ରର ନାମ ହେଉଛି ‘ସଲାର୍’ । ଏହା ଏକ ଆକ୍ସନ୍ ଫିଲ୍ମ । ନିକଟରେ ପ୍ରଶାନ୍ତ ନୀଲ ହାଇଦ୍ରାବାଦରେ ପ୍ରଭାସଙ୍କୁ ଭେଟିଥିଲେ ଏବଂ ପରେ ପ୍ରଭାସ ଫିଲ୍ମର କାହାଣୀ ଶୁଣିବା ପରେ ଫିଲ୍ମ ପାଇଁ ହଁ କରିଥିଲେ ।

 

View this post on Instagram

 

A post shared by Prabhas (@actorprabhas)


ପ୍ରଭାସ ଏହି ଚଳଚ୍ଚିତ୍ରରେ ତାଙ୍କର ପ୍ରଥମ ଲୁକ୍ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ପୋଷ୍ଟରରେ ପ୍ରଭାସ ବନ୍ଧୁକ ଧରିଥିବା ଦେଖିବାକୁ ମିଳିଛି । ଏହି ପୋଷ୍ଟର ସେୟାର କରି ପ୍ରଭାସ ଲେଖିଛନ୍ତି “Today I take a leap into the world of #SALAAR Shoot commences from Jan 2021” ।

ଏହି ଚଳଚ୍ଚିତ୍ରର ସୁଟିଂ ଆସନ୍ତା ବର୍ଷ ଜାନୁଆରୀରୁ ଆରମ୍ଭ ହେବ । ଯଦିଓ ପ୍ରଭାସଙ୍କ ଫିଲ୍ମରେ କେଉଁ ଅଭିନେତ୍ରୀଙ୍କୁ ଦେଖିବାକୁ ମିଳିବ ତାହା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ । ବର୍ତ୍ତମାନ ପ୍ରଶାନ୍ତ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘KGF: ଚାପ୍ଟର 2’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହି ଚଳଚ୍ଚିତ୍ର ବ୍ୟତୀତ ପ୍ରଭାସ ଅନ୍ୟ ଏକ ଚଳଚ୍ଚିତ୍ର ପାଇଁ ମଧ୍ୟ ଚର୍ଚ୍ଚାରେ ରହିଛନ୍ତି ଯାହା ଓମ୍ ରାଉତଙ୍କ ଦ୍ୱାରା ନିର୍ମିତ ହେବ । ଏହି ଚଳଚ୍ଚିତ୍ରର ନାମ ଆଦିପୁରୁଷ ଯାହା ଏକ ପିରିୟଡ ଡ୍ରାମା ଫିଲ୍ମ । ଏହି ଚଳଚ୍ଚିତ୍ରରେ ପ୍ରଭାସ ରାମ ଭୂମିକାରେ ଅଭିନୟ କରୁଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.