ନୋକିଆର ଏହି ବଜେଟ ସ୍ମାର୍ଟଫୋନ ହେଲା ଶସ୍ତା, ଏବେ ମିଳିବ ମାତ୍ର ୬,୯୯୯ ଟଙ୍କାରେ

ନୋକିଆ ନିକଟରେ ଭାରତରେ ଲଞ୍ଚ କରିଥିବା ସ୍ମାର୍ଟଫୋନ୍ ନୋକିଆ C3 ର ମୂଲ୍ୟ ହ୍ରାସ କରିଛି । 1000 ଟଙ୍କା ହ୍ରାସ ସହିତ ନୋକିଆ C3 ବର୍ତ୍ତମାନ ୬,୯୯୯ ଟଙ୍କାରେ କିଣାଯାଇପାରିବ । ନୋକିଆ C3 ଚଳିତ ବର୍ଷ ଅଗଷ୍ଟ ମାସରେ 7,499 ଟଙ୍କା ମୂଲ୍ୟରେ ଭାରତୀୟ ବଜାରରେ ଲଞ୍ଚ କରାଯାଇଥିଲା । ତେବେ ଏହି ରିହାତି ପରେ ନୋକିଆ C3 ର 2 GB RAM ଏବଂ 16 GB ଷ୍ଟୋରେଜ୍ ଭାରିଆଣ୍ଟ ୬,୯୯୯ ଟଙ୍କାରେ କିଣାଯାଇପାରିବ ଏବଂ 3 GB RAM ସହିତ 32 GB ଷ୍ଟୋରେଜ୍ ଭାରିଆଣ୍ଟ 7,999 ଟଙ୍କାରେ କିଣାଯାଇପାରିବ ଯାହାର ପୂର୍ବମୂଲ୍ୟ 8,999 ଟଙ୍କା ଥିଲା।

Nokia 6.2 Review: Finicky Cameras Can't Sink This $249 Phone | WIRED

ନୋକିଆ C3 ହେଉଛି ଏକ ଏଣ୍ଟ୍ରି ଲେବୁଲ ସ୍ମାର୍ଟଫୋନ୍ । ଏହି ଫୋନରେ 5.99 ଇଞ୍ଚ HD ପ୍ଲସ୍ ଡିସପ୍ଲେ ଅଛି । ଏଥିରେ ଏକ ୟୁନିସୋକ SC9863A ପ୍ରୋସେସର୍ ଅଛି ଯାହା ଏକ ଅକ୍ଟାକୋର ପ୍ରୋସେସର୍ । ଏହି ଫୋନରେ ସିଙ୍ଗଲ ରିୟର କ୍ୟାମେରା ରହିଛି ଯାହାକି 8 ମେଗାପିକ୍ସେଲ । ସେଲଫି ପାଇଁ ଏଥିରେ 5 ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ମଧ୍ୟ ରହିଛି ।

ଫିଙ୍ଗର ପ୍ରିଣ୍ଟ ସେନସର ଏବଂ ଗୁଗୁଲ ଆସିଷ୍ଟାଣ୍ଟ ପାଇଁ ଏକ ସେପାରେଟ ବଟନ୍ ରହିଛି । ଏହା ସହିତ 2 GB RAM ଏବଂ 3 GB RAM ମଧ୍ୟ ମିଳିବ । ଷ୍ଟୋରେଜ୍ ବିଷୟରେ କହିବାକୁ ଗଲେ ଏଥିରେ 16 GB ଷ୍ଟୋରେଜ୍ ଏବଂ 32 GB ଷ୍ଟୋରେଜ୍ ରହିଛି । କନେକ୍ଟିଭିଟି ପାଇଁ ଫୋନରେ 4G LTE, ୱାଇ-ଫାଇ, ବ୍ଲୁଟୁଥ୍ 4.2, ଜିପିଏସ୍, ଏଫ୍ ରେଡିଓ, ମାଇକ୍ରୋ USB ଏବଂ FM ରେଡିଓ ମଧ୍ୟ ପାଇବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.