Below header

ଶେଷ ଦିନିକିଆରେ ଅଷ୍ଟ୍ରେଲିଆକୁ ୧୩ ରନରେ ହରାଇଲା ଟିମ୍‌ ଇଣ୍ଡିଆ

କେନ୍ୟୁଜ୍(ବ୍ୟୁରୋ): ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା ଓ ବିରାଟ କୋହଲିଙ୍କ ଅର୍ଦ୍ଧଶତକୀୟ ଇନିଂସ ପରେ ଦମ୍‌ ଦେଖାଇଲେ ଭାରତୀୟ ବୋଲର । ଶେଷ ଦିନିକିଆରେ ଅଷ୍ଟ୍ରେଲିଆକୁ ୧୩ ରନରେ ହରାଇଛି ଟିମ୍‌ ଇଣ୍ଡିଆ । ଏହି ବିଜୟ ସହ ସମ୍ମାନ ରଖିଛି ବିରାଟ ବାହିନୀ । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ଭାରତ । ନିର୍ଦ୍ଧାରିତ ଓଭରରେ ୫ ଓ୍ଵିକେଟ ହରାଇ କରିଥିଲା ୩୦୨ ରନ୍‌ । ଜବାବରେ ଅଷ୍ଟ୍ରେଲିଆ ୩ଟି ବଲ୍‌ ବାକି ଥାଇ ୨୮୯ରନରେ ଅଲଆଉଟ୍‌ ହୋଇଥିଲା ।

india team

ଭାରତ ପକ୍ଷରୁ ସାର୍ଦ୍ଦୁଲ ଠାକୁର ନେଇଛନ୍ତି ୩ଟି ଓ୍ଵିକେଟ୍‌ । ଟି ନଟରାଜ ଓ ଯଶପ୍ରୀତ ବୁମରାହ ଦୁଇଟି ଲେଖାଏ ଏବଂ ରବୀନ୍ଦ୍ର ଜାଡେଜା ଓ କୁଳଦୀପ ଯାଦବ ନେଇଛନ୍ତି ଗୋଟିଏ ଲେଖାଏ ଓ୍ଵିକେଟ । ଅଷ୍ଟ୍ରେଲିଆ ପକ୍ଷରୁ ଆରୋନ୍‌ ଫିଞ୍ଚ ସର୍ବାଧିକ ୭୫ ରନ୍‌ ଓ ଗ୍ଲେନ୍‌ ମାକ୍ସେଓ୍ଵଲ ୫୯ ରନ୍‌ କରିଥିଲେ । ଶେଷ ଓ୍ଵିକେଟ ଖସାଇ ଭାରତକୁ ବିଜୟୀ କରାଇଥିଲେ ଯଶପ୍ରୀତ ବୁମରାହ । ଅଷ୍ଟ୍ରେଲିଆ ଶେଷ ମ୍ୟାଚ ହାରିଥିଲେ ବି ୨-୧ରେ ସିରିଜ ବିଜୟୀ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.