ରାଜ୍ୟରେ ଘରୋଇ ସ୍କୁଲ ଫି ପରିଚାଳନା ପାଇଁ କୌଣସି ଆଇନ ନାହିଁ, ସତ୍ୟପାଠ ମାଧ୍ୟମରେ ହାଇକୋର୍ଟରେ ଜବାବ ଦାଖଲ କଲେ ରାଜ୍ୟ ସରକାର

କେନ୍ୟୁଜ୍(ବ୍ୟୁରୋ): ରାଜ୍ୟରେ ଘରୋଇ ସ୍କୁଲ ଫି ପରିଚାଳନା ପାଇଁ କୌଣସି ଆଇନ ନାହିଁ । ହାଇକୋର୍ଟରେ ରାଜ୍ୟ ସରକାର ସତ୍ୟପାଠ ମାଧ୍ୟମରେ ଜବାବ ଦାଖଲ କରି ଏହା ସ୍ପଷ୍ଟ କରିଛନ୍ତି । ଅନ୍ୟ ରାଜ୍ୟରେ ସ୍କୁଲ ଫି ପରିଚାଳନା ପାଇଁ ପଲିସି ଥିବା ବେଳେ ଓଡ଼ିଶାରେ କାହିଁକି ଏଭଳି ନୀତି ନାହିଁ ବୋଲି ପ୍ରଶ୍ନ କରିଛନ୍ତି ହାଇକୋର୍ଟ ।

ଗତ ସେପ୍ଟେମ୍ବର ୧୦ରେ ଘରୋଇ ସ୍କୁଲ କର୍ତ୍ତୃପକ୍ଷ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଏ ସଂକ୍ରାନ୍ତରେ ଏମଓୟୁ ସ୍ୱାକ୍ଷରିତ ହୋଇଛି । ସେହି ଏମଓୟୁ ଅନୁଯାୟୀ ଫି’ ହ୍ରାସ ନିଷ୍ପତ୍ତି ନେବାକୁ ମତ ଦୋହରାଇଛନ୍ତି ରାଜ୍ୟ ସରକାର । ଆସନ୍ତା ୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ସ୍କୁଲ ଫି ହ୍ରାସ ପ୍ରସଙ୍ଗରେ ହାଇକୋର୍ଟରେ ଗତ ୨୩ ତାରିଖରେ ଶୁଣାଣି ହୋଇଥିଲା । ଘରୋଇ ସ୍କୁଲ ଉପରେ କର୍ତ୍ତୃତ୍ୱ ଅଛି କି ନାହିଁ ଓ କରୋନା ପାଇଁ ଫି କମାଯିବା ନେଇ ରାଜ୍ୟ ସରକାରଙ୍କର ମତ କଣ ସେ ସମ୍ପର୍କରେ ସତ୍ୟପାଠ ମାଧ୍ୟମରେ ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.