ସଲମାନ ଖାନଙ୍କ ‘ତେରେ ନାମ’ର ହେବାକୁ ଯାଉଛି ସିକ୍ୱେଲ

ସଲମାନ ଖାନଙ୍କ 2003 ଚଳଚ୍ଚିତ୍ର ‘ତେରେ ନାମ’ ଏକ ସୁପରହିଟ୍ ଫିଲ୍ମ ଥିଲା । ଏହି ଚଳଚ୍ଚିତ୍ରରେ ସଲମାନ ରାଧେ ଭୂମିକାରେ ଅଭିନୟ କରିଥିଲେ, ଯାହାକୁ ଲୋକମାନେ ବହୁତ ପସନ୍ଦ କରିଥିଲେ । ତେବେ ଗତ କିଛିଦିନ ଧରି ଏହି ଚଳଚ୍ଚିତ୍ରର ସିକ୍ୱେଲ ବିଷୟରେ ଆଲୋଚନା ଚାଲିଛି ।

ନିକଟରେ ନିର୍ଦ୍ଦେଶକ ସତୀଶ କୌଶିକ କହିଛନ୍ତି ଯେ ‘ତେରେ ନାମ’ର କାହାଣୀ ଆଗକୁ ବଢାଇବାକୁ ତାଙ୍କ ପାଖରେ ତିନିରୁ ଚାରିଟି ଆଇଡ଼ିଆ ରହିଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ କିଛି ଆଇଡ଼ିଆକୁ ଆଗକୁ ବଢ଼ାଉଛି କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମୁଁ ସଲମାନଙ୍କ ସହ କଥା ହୋଇ ନାହିଁ।

salman

ସତୀଶ କୌଶିକ ଆହୁରି କହିଛନ୍ତି ଯେ ପୁରୁଣା ଫିଲ୍ମର ରାଧେ ମୋହନଙ୍କ ଚରିତ୍ରକୁ ନେଇ ଅନେକ ପ୍ରକାରର ଚଳଚ୍ଚିତ୍ର ନିର୍ମାଣ କରାଯାଇପାରିବ। ଯଦି ଏକ ନୂଆ ଚଳଚ୍ଚିତ୍ର ନିର୍ମାଣ କରିବାର ଯୋଜନା ଆଗକୁ ବଢେ ତେବେ ଫିଲ୍ମ ‘ତେରେ ନାମ’ ଯେଉଁଠାରୁ ଶେଷ ହୋଇଥିଲା ସେହିଠାରୁ ହିଁ ଏହା ଆରମ୍ଭ ହେବ ।

ଏଠାରେ କହିରଖିବୁ ଯେ ‘ତେରେ ନାମ’ ଏକ ତାମିଲ ଫିଲ୍ମ ‘ସେତୁ’ର ରିମେକ୍ ଥିଲା । ଏହାର ରାଇଟ୍ସ ରାମ ଗୋପାଳ ଭର୍ମା କିଣିଥିଲେ ଏବଂ ଅନୁରାଗ ଏହାକୁ ଲେଖିଥିଲେ । ଏହି ଚଳଚ୍ଚିତ୍ରଟି ଅନ୍ୟ କାହା ଦ୍ୱାରା ନିର୍ଦ୍ଦେଶିତ ହେବାର ଥିଲା କିନ୍ତୁ ସେହି ସମୟରେ ଫିଲ୍ମର ହିରୋ ସଲମାନ ଖାନ ନୁହଁନ୍ତି ସଞ୍ଜୟ କପୁର ଥିଲେ । ଏହା ପରେ ପ୍ରୋଜେକ୍ଟରେ ଅନେକ ପରିବର୍ତ୍ତନ ଘଟିଥିଲା ଏବଂ ନୂଆ ପ୍ରଡ୍ୟୁସର ଫିଲ୍ମରେ ଆସିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.