Below header

ଦିନିକିଆରେ ଆଉ ଗୋଟିଏ ରେକର୍ଡ ନିଜ ନାଁରେ କଲେ ରେକର୍ଡ ମ୍ୟାନ୍‌ ବିରାଟ କୋହଲି

କେନ୍ୟୁଜ୍(ବ୍ୟୁରୋ): ଦିନିକିଆରେ ଆଉ ଗୋଟିଏ ରେକର୍ଡ ନିଜ ନାଁରେ କରିଛନ୍ତି ରେକର୍ଡ ମ୍ୟାନ୍‌ ବିରାଟ କୋହଲି । ଦିନିକିଆରେ ଦ୍ରୁତତମ ୧୨ ହଜାର ରନ୍‌ କରିବାରେ ବିଶ୍ୱ ରେକର୍ଡ କରିଛନ୍ତି । ଏହାସହ ସଚିନ ତେନ୍ଦୁଲକରଙ୍କ ୧୭ ବର୍ଷର ପୁରୁଣା ରେକର୍ଡକୁ ଭାଙ୍ଗିଛନ୍ତି ବିରାଟ । ମାତ୍ର ୨୪୨ ଇନିଂସରେ ବିରାଟ ଏହି ମାଇଲ୍‌ଷ୍ଟୋନ ଅତିକ୍ରମ କରିଛନ୍ତି ।

virat kohli 1

ସଚିନ୍‌ ୧୨ ହଜାର ରନ୍‌ କ୍ଲବରେ ସାମିଲ ହେବାକୁ ୩୦୦ ଇନିଂସ ଖେଳିଥିଲେ । ୧୨ ହଜାର ଅନ୍ତର୍ଜାତୀୟ ରନ୍‌ କରିବାରେ ବିରାଟ ବିଶ୍ୱର ଷଷ୍ଠ ଖେଳାଳି ହୋଇଛନ୍ତି । ତାଙ୍କ ପରେ ତାଲିକାରେ ଅଛନ୍ତି ସଚିନ ତେନ୍ଦୁଲକର, ରିକି ପଣ୍ଟିଂ, କୁମାର ସଙ୍ଗାକାରା, ସନତ ଜୟସୁରୟା ଓ ମାହେଲା ଜୟବର୍ଦ୍ଧନେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.