ପ୍ରେମିକାର ପ୍ରତିଶୋଧ : ନିଜ ପ୍ରେମିକର ନବ ବିବାହିତା ପତ୍ନୀଙ୍କ ଚୁଟି କାଟି ଆଖିରେ ଲଗାଇଦେଲା ଫେବିକ୍ୱିକ ଗମ

ବିହାରର ନାଲନ୍ଦାରୁ ଏକ ଅଜବ ମାମଲା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ସୂଚନା ଅନୁଯାୟୀ ଏଠାରେ ରହୁଥିବା ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ପ୍ରତାରଣାରେ ଏତେ ମାତ୍ରାରେ ରାଗିଯାଇଥିଲେ ଯେ ନିଜର ସମସ୍ତ ରାଗକୁ ସେ ତାଙ୍କର ନବବିବାହିତା ପତ୍ନୀଙ୍କ ଉପରେ ସୁଝାଇଥିଲେ । ସୂଚନା ଅନୁଯାୟୀ ଉକ୍ତ ଯୁବତୀ ଜଣକ ତାଙ୍କ ପ୍ରେମିକାର ସ୍ତ୍ରୀ ର ସମସ୍ତ ଚୁଟି କାଟିଦେଇଥିଲେ ଏବଂ ତାଙ୍କ ଆଖିରେ ଫେବିକ୍ୱିକ ଗମ ଲଗାଇଦେଇଥିଲେ । ତେବେ ନବ ବିବାହିତା କନ୍ୟା ଜଣକ ଚିତ୍କାର କରିବାରୁ ତାଙ୍କ ଘର ଲୋକ ଆସି ଉକ୍ତ ଯୁବତୀଙ୍କୁ କାବୁ କରିନେଇଥିଲେ ଏବଂ ତାଙ୍କୁ ପୋଲିସକୁ ହସ୍ତାନ୍ତର କରିଥିଲେ ।

marriage

ପୋଲିସର କହିବା ଅନୁଯାୟୀ ସୁରକ୍ଷା ପାଇଁ ବର୍ତ୍ତମାନ ଗାଁରେ ପୋଲିସ ନିୟୋଜିତ ହୋଇଛି । ତେବେ ମିଳିଥିବା ସୂଚନା ଅନୁଯାୟୀ ବିବାହ ପୂର୍ବରୁ ପୁଅର ଉକ୍ତ ଯୁବତୀଙ୍କ ସହିତ ପ୍ରେମ ସମ୍ପର୍କ ଥିଲା। ସେ ଡିସେମ୍ବର 1 ରେ ଶେଖପୁରା ଜିଲ୍ଲାର ଅନ୍ୟ ଜଣେ ଝିଅକୁ ବିବାହ କରିଥିଲେ। ବିବାହ ପରେ ଯେତେବେଳେ ବରକୁ ଘରକୁ ଅଣାଯାଇଥିଲା । ସେତେବେଳେ ତାଙ୍କ ଗର୍ଲଫ୍ରେଣ୍ଡ ଏକଥା ଶୁଣି ବହୁତ ରାଗି ଯାଇଥିଲେ।

ଏହା ପରେ ପ୍ରେମିକା ଜଣକ ଅତ୍ୟନ୍ତ କ୍ରୋଧିତ ହୋଇ ପ୍ରତିଶୋଧ ନେବା ପାଇଁ ପ୍ରେମିକଙ୍କ ଘରେ ପହଞ୍ଚିଥିଲେ। ଯଦିଓ ଝିଅଟି ବାର ଭଉଣୀର ସାଙ୍ଗ ଥିଲା ସେଥିପାଇଁ କେହି ସନ୍ଦେହ କରୁନଥିଲେ । ଯେତେବେଳେ ସମସ୍ତେ କ୍ଲାନ୍ତ ହୋଇ ସୋଇ ପଡ଼ିଥିଲେ ସେତେବେଳେ ସୁଯୋଗ ଦେଖି ଯୁବତୀ ଜଣକ ରୁମ ଭିତରକୁ ଯାଇ ଶୋଇଥିବା କନ୍ୟାର କେଶ କାଟିବା ସହ ତାଙ୍କ ଆଖିରେ ଫେବିକ୍ୱିକ ଗମ ଲଗାଇ ଦେଇଥିଲେ । ଏହା ପରେ କନ୍ୟା ଯନ୍ତ୍ରଣାରେ ଚିତ୍କାର କରିଥିଲେ ଏବଂ ଶବ୍ଦ ଶୁଣି ପରିବାର ଲୋକ ଉଠି ଗର୍ଲଫ୍ରେଣ୍ଡକୁ ଧରିଥିଲେ ଏବଂ ତାଙ୍କୁ ମଦ ମଧ୍ୟ ମାରିଥିଲେ । ତାସହିତ କନ୍ୟାକୁ ଶୀଘ୍ର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଘଟଣାର ଖବର ପାଇବା ମାତ୍ରେ ପୋଲିସ ଉକ୍ତ ଯୁବତୀଙ୍କୁ ଗିରଫ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.