Below header

ବିଜେଡି ଜନସଂପର୍କ ପଦଯାତ୍ରାରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ପ୍ରସଙ୍ଗ ଉଠାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(କେନ୍ଯୁଜ୍) : ପୁଣି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ପ୍ରସଙ୍ଗ ଉଠାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜେଡି ଜନସଂପର୍କ ପଦଯାତ୍ରାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ୨୦୦୦ ମସିହାରୁ ୨୦୦୯ ପର୍ଯ୍ଯନ୍ତ ବିଜେଡି-ବିଜେପି ,ଏକାଠି ସରକାର କରିଥିଲେ । ଓଡ଼ିଶାକୁ ସ୍ପେଶାଲ କାଟାଗୋରୀ ଷ୍ଟାଟସ୍‌ ଦେବା ପାଇଁ ଏକାଠି ଲଢିଥିଲୁ । ୨୦୦୯ ପରେ ବିଜେଡି ଓ ବିଜେପି ଏଥିପାଇଁ ଲଢେଇ ଜାରି ରଖିଥିଲେ । ୨୦୧୪ ନିର୍ବାଚନରେ ବିଜେପିର ଏକ ନମ୍ବର ଏଜେଣ୍ଡା ଥିଲା ସ୍ପେଶାଲ କାଟାଗୋରୀ ଷ୍ଟାଟସ୍‌ । ଆଶା ଥିଲା ଓଡ଼ିଶାବାସୀ ନ୍ୟାୟ ପାଇବେ । କିନ୍ତୁ ଦୁଃଖର କଥା ଚୌକି ପାଇଁ ବିଜେପି ତାର ପ୍ରତିଶ୍ରୁତି ଭୁଲି ଯାଇଛି । ଓଡ଼ିଶାବାସୀଙ୍କ ଆଶା ଆଶାରେ ରହି ଯାଇଛି ।

ସ୍ପେଶାଲ କାଟାଗୋରୀ ଷ୍ଟାଟସ୍‌ ଦ୍ୱାରା ରାଜ୍ୟର ଯୁବକମାନେ ସବୁଠାରୁ ଅଧିକ ସୁଯୋଗ ପାଇବେ । ଓଡ଼ିଶାକୁ ଟ୍ୟାକ୍ସ ରିବେଟ୍‌ ମିଳିବ । ଅନେକ ଶିଳ୍ପ ଆସିବ । ରାଜ୍ୟରେ ନିଯୁକ୍ତି ସୁଯୋଗ ବଢିବ । ବର୍ତ୍ତମାନ ବିଭନ୍ନ କେନ୍ଦ୍ରୀୟ ଯୋଜନାରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଭାଗ ୫୦-୫୦ ରହିଛି । ସ୍ପେଶାଲ କାଟାଗୋରୀ ଷ୍ଟାଟସ୍‌ ହେଲେ ଏହା ନବେ ଓ ଦଶ ପ୍ରତିଶତ ରହିବ । ବଳକା ଅର୍ଥକୁ ବିଭନ୍ନ ବିକାଶ କାର୍ଯ୍ଯରେ ଖର୍ଚ୍ଚ କରାଯାଇପାରିବ । କିନ୍ତୁ ବିଜେପି ତାର ପ୍ରତିଶ୍ରୁତି ଭୁଲି ଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ଭୁବନେଶ୍ୱର ଲକ୍ଷ୍ମୀସାଗର ମେଲଣ ପଡିଆରେ ଆୟୋଜିତ ହୋଇଥିଲା ବିଜେଡିର ଜନସଂପର୍କ ପଦଯାତ୍ରା। ଭୁବନେଶ୍ୱର ସାଂସଦ, ବିଧାୟକ, ମେୟରଙ୍କ ସମେତ ଅନେକ ବିଜେଡି ନେତା ଏହି ପଦଯାତ୍ରାରେ ସାମିଲ ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.