ମରୁଡ଼ି ଘୋଷଣା ଦାବିରେ ଧାରଣା

କଣ୍ଟାବାଞ୍ଜି (କେନ୍ୟୁଜ୍) : ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତୁରେକେଲା, ବଙ୍ଗୋମୁଣ୍ଡା ଓ ମୁରିବାହାଲ ବ୍ଲକକୁ ସମ୍ପୂର୍ଣ୍ଣ ମରୁଡ଼ି ଘୋଷଣା ଦାବିରେ ଆନ୍ଦୋଳନ । ଏହି ଦାବି କରି ଆଜି ତହସିଲ ଅଫିସ ସାମନାରେ କଣ୍ଟାବାଞ୍ଜି ବିକାଶ ମଞ୍ଚ ପକ୍ଷରୁ  ଗଣ ଧାରଣା ଦିଆଯାଇଛି । ଚଳିତ ବର୍ଷ କମ୍ ବର୍ଷା ଯୋଗୁଁ ଏହି ୩ଟି ବ୍ଲକରେ ଚାଷ ଠିକ ହୋଇନାହିଁ । କିଛି ଜାଗାରେ ଚାଷ ଭଲ ହୋଇଥିଲେ ମଧ୍ୟ ଚକଡା ପୋକ ଯୋଗୁ ଧାନ ନଷ୍ଟ ହୋଇ ଯାଇଛି । ରାଜ୍ୟ ସରକାର ଏହି ୩ଟି ବ୍ଲକ୍କୁ ମଧ୍ୟ ସଂପୂର୍ଣ୍ଣ ମରୁଡି ଘୋଷଣା କରିବାକୁ ଦାବି କରାଯାଇଛି । ଏନେଇ ଏକ ଦାବିପତ୍ର ମୁଖ୍ୟ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.