Below header

ରାଜ୍ୟ ସରକାରଙ୍କ ନୂଆ ପଦକ୍ଷେପ, ଏଣିକି ସରକାରୀ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଆରମ୍ଭ ହେବ ସ୍ପୋକନ ଇଂଲିଶ ଶିକ୍ଷା

ଛାତ୍ର ଛାତ୍ରୀଙ୍କ ଇଂରାଜୀ ଦକ୍ଷତାକୁ ବଢାଇବା ପାଇଁ ନୂଆ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ୩୦ ଟି ଜିଲ୍ଲାର ୧୦୧ଟି ବିଦ୍ୟାଳୟକୁ ଉତ୍କର୍ଷ କେନ୍ଦ୍ର ଭାବରେ ବିକଶିତ କରିବା ନେଇ ଲକ୍ଷ ରଖାଯାଇଛି । ଏହି ବିଦ୍ୟାଳୟ ଗୁଡିକରେ ପ୍ରଥମ ଶ୍ରେଣୀରୁ ଇଂରାଜୀ ସେକ୍ସନ ଖୋଲାଯିବ । ଏଥି ନିମନ୍ତେ ଭିତ୍ତିଭୂମି ସ୍ଥାପନ ପାଇଁ ସମସ୍ତ ବିଦ୍ୟାଳୟକୁ ୨୫ ଲକ୍ଷ ଲେଖାଏ ଦିଆଯିବ । ଏଥିସହ ରାଜ୍ୟର ସମସ୍ତ ବିଦ୍ୟାଳୟ ଗୁଡିକରେ ପ୍ରଥମ ଶ୍ରେଣୀ ଠାରୁ ସ୍ପୋକନ ଇଂଲିଶ ଶିକ୍ଷା ଆରମ୍ଭ କରାଯିବା ନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ଏହା ସହିତ ଛାତ୍ର ଛାତ୍ରୀଙ୍କ ଆଧାର ଲିକିଙ୍ଗ କୁ ବି ସୁନିଶ୍ଚିତ କରାଯିବ । ଆବଶ୍ୟକତା ଭିତ୍ତିରେ ପ୍ରାଥମିକ ବିଦ୍ୟାଳୟ ଠାରୁ ଆରମ୍ଭ କରି ମାଧ୍ୟମିକ ବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷକ ମାନଙ୍କୁ ମୁତୟନ କରାଯିବ । ସରକାରଙ୍କ ଏପରି ପଦକ୍ଷେପ ଦ୍ୱାରା ସରକାରୀ ବିଦ୍ୟାଳୟ ଗୁଡିକରେ ବି ଇଂରାଜୀ ମାଧ୍ୟମ ପରି ଶିକ୍ଷା ମିଳିପାରିବ ବୋଲି ଆଶା କରାଯାଉଛି । ଆଉ ମଧ୍ୟ ୨୦ ରୁ କମ ପିଲା ଥିବା ବିଦ୍ୟାଳୟ ଗୁଡିକୁ ନିକଟସ୍ଥ ବିଦ୍ୟାଳୟ ଗୁଡିକରେ ମିଶାଇ ଦିଆଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.