ପୁଲଓ୍ଵାମା ଆକ୍ରମଣରେ ସହିଦ ହୋଇଥିବା ନିଆଳୀର ମନୋଜ ବେହେରାଙ୍କ ପରିବାରରେ ଉଠିଛି ଝଡ଼, ସରକାରଙ୍କ ସହାୟତା ଟଙ୍କା ନେଇ ବାପଘର ରହୁଛନ୍ତି ବୋହୂ

କେନ୍ୟୁଜ୍(ବ୍ୟୁରୋ): ପୁଲଓ୍ଵାମାରେ ସହିଦ ହୋଇଥିବା ନିଆଳିର ମନୋଜ କୁମାର ବେହେରାଙ୍କ ପରିବାରରେ ଉଠିଛି ଝଡ଼ । ସରକାରଙ୍କ ତରଫରୁ ଦିଆଯାଇଥିବା ଆର୍ଥିକ ସହାୟତାକୁ ନେଇ ଶାଶୁ ଶ୍ୱଶୁର ଓ ବୋହୂ ଭିତରେ ଲାଗିଛି ତିକ୍ତତା । ମିଳିଥିବା ଅର୍ଥ ନେଇ ମନୋଜଙ୍କ ସ୍ତ୍ରୀ ବାପଘରେ ରହୁଛନ୍ତି । ଫଳରେ ପରିଣତ ବୟସରେ ଅସହାୟ ଅବସ୍ଥାରେ ମନୋଜଙ୍କ ବାପା ମା’ । ମନୋଜଙ୍କ ବାପା କହିଛନ୍ତି ପୁଅ ସହିଦ ହେବା ପରେ ଆର୍ଥିକ ସ୍ଥିତି ତାଙ୍କର ଖରାପ ହୋଇଛି । ବୋହୁ ତାଙ୍କର ସମସ୍ତ ପଇସା ନେଇ ସେମାନଙ୍କ ସହ ସମ୍ପର୍କ ଛିନ୍ନ କରିଥିବା ଅଭିଯୋଗ କରିଛନ୍ତି । ସହିଦ ମନୋଜଙ୍କୁ ନେଇ ତାଙ୍କ ପଡିଶା ଆଜି ବି ତାଙ୍କୁ ଝୁରୁଛନ୍ତି ।

ପୁଅ ଗଲା ପରେ ବାପା ମାଙ୍କ ବୁଝିବାକୁ କେହି ନାହାଁନ୍ତି । ରୋଜଜାରିଆ ପୁଅକୁ ହରାଇ ବାପା ମା ଏବେ ବହୁ ଅସହାୟ ହୋଇପଡିଛନ୍ତି । ଅନ୍ୟପଟେ ମନୋଜଙ୍କ ପତ୍ନୀ ଏହାକୁ ବିରୋଧ କରିଛନ୍ତି । ତାଙ୍କୁ ଶାଶୁଘର ଲୋକମାନେ ହଇରାଣ କରୁଥିବାରୁ ସେ ପରିବାରଠୁ ଦୂରେଇ ଯାଇଛନ୍ତି ବୋଲି କହିଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.