ରଣଜୀ ଟ୍ରଫି : ମହାରାଷ୍ଟ୍ର ଠାରୁ ଓଡ଼ିଶା ୧୦ ଓ୍ଵିକେଟ୍‌ରେ ପରାସ୍ତ

ଭୁବନେଶ୍ୱର (କେ ନ୍ୟୁଜ୍‌) : ପୁନେ ଷ୍ଟାଡିୟମ୍‌ରେ ଖେଳା ଯାଇଥିବା ରଣଜୀ ଟ୍ରଫି ମ୍ୟାଚ୍‌ରେ ଆଜି ମହାରାଷ୍ଟ୍ର ୧୦ ଓ୍ଵିକେଟ୍‌ ଓଡ଼ିଶାକୁ ପରାସ୍ତ କରିଛି । ଦ୍ୱିତୀୟ ଇନିଂସ୍‌ରେ ଓଡ଼ିଶାକୁ ୨୮୯ ରନ୍‌ରେ ଅଲ୍‌ଆଉଟ୍‌ କରିବା ପରେ ମହାରାଷ୍ଟ୍ର ଆଗରେ ମାତ୍ର ୪୦ ରନ୍‌ର ବିଜୟଲକ୍ଷ୍ୟ ରହିଥିଲା । ଘରୋଇ ଦଳ କୌଣସି ଓ୍ଵିକେଟ୍‌ ନହରାଇ ୧୧ ଓଭର୍‌ରେ ଲକ୍ଷ୍ୟ ହାସଲ କରି ନେଇଥିଲା ।
ଏଲିଟ୍‌ ଗ୍ରୁପ୍‌ ’ସି’ର ଏହି ମ୍ୟାଚ୍‌ରେ ଓଡ଼ିଶା ଦଳ ପ୍ରଥମେ ବ୍ୟାଟିଂ କରି ୨୯୩ ରନ୍‌ କରିବା ପରେ ମହରାଷ୍ଟ୍ର ୫ ଓ୍ଵିକେଟ୍‌ରେ ୫୪୩ ରନ୍‌ କରି ପାଳି ଘୋଷଣା କରିଥିଲା । ଅଙ୍କିତ ବାଓ୍ଵନେ ଦ୍ୱିଶତକ ଏବଂ ଋତୁରାଜ ଗାଏକ୍ୱାଡ ଏବଂ ନୌଶାଦ ସେଖ୍‌ ଶତକ ହାସଲ କରିଥିଲେ । ଜବାବରେ ଓଡ଼ିଶା ଦଳ ଦ୍ୱିତୀୟ ଇନିଂସ୍‌ରେ ଗୋବିନ୍ଦ ପୋଦ୍ଦାରଙ୍କ ଶତକ ବଳରେ ୨୮୯ ରନ୍‌ କରିଥିଲା । ପୋଦ୍ଦାର ୧୧୮ ଏବଂ ଅନୁରାଗ ଷଡ଼ଙ୍ଗୀ ୭୩ ରନ୍‌ କରିଥିଲେ । ଅନ୍ୟ ସମସ୍ତେ ଫ୍ଲପ୍‌ ହୋଇଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.