ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ କଳିଙ୍ଗ ଷ୍ଟାଡିୟମରେ କ୍ରୀଡ଼ା ବ୍ୟକ୍ତିତ୍ୱ ଓ ଦଳକୁ କରାଗଲା ସମ୍ମାନିତ

କେନ୍ୟୁଜ୍(ବ୍ୟୁରୋ): ବିଜୁ ପଟ୍ଟନାୟକଙ୍କ ଜୟନ୍ତୀ ଅବସରରେ କ୍ରୀଡ଼ା ଓ ଯୁବ ସେବା ବିଭାଗ ପକ୍ଷରୁ କଳିଙ୍ଗ ଷ୍ଟାଡିୟମରେ କ୍ରୀଡ଼ା ବ୍ୟକ୍ତିତ୍ୱ ଓ ଦଳକୁ ସମ୍ମାନିତ କରାଯାଇଛି । କିଟ୍ ବିଶ୍ୱବିଦ୍ୟାଳୟରେ ୩୪ତମ ଫେଡେରେସନ୍ କପ୍ ଭଲିବଲ୍ ଚାମ୍ପିଅନସିପ୍ରେ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଥିବା ଓଡ଼ିଶା ଭଲିବଲ୍ ପୁରୁଷ ଓ ମହିଳା ଦଳଙ୍କୁ ପୁରସ୍କୃତ କରାଯାଇଛି । ପ୍ରତ୍ୟେକଙ୍କୁ ପ୍ରଦାନ କରାଯାଇଛି ଦେଢ଼ ଲକ୍ଷ ଟଙ୍କା ପୁରସ୍କାର ରାଶି । କିସ୍ ଛାତ୍ର ରଣଜିତ ନାୟକଙ୍କୁ ୪୭ ହଜାର ଟଙ୍କା, ଭାଗ୍ୟଲକ୍ଷ୍ମୀ ବାରିକଙ୍କୁ ୩୦ ହଜାର ଓ ସୂର୍ଯ୍ୟମଣି ମାଝୀଙ୍କୁ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଛି ।
ସମାରୋହରେ କ୍ରୀଡ଼ା ଓ ଯୁବ ସେବା ବିଭାଗର ଅଧିକାରୀଙ୍କ ସମେତ ଓଡ଼ିଶା ଭଲିବଲ ଆସୋସିଏସନର ସମ୍ପାଦକ ଡକ୍ଟର ଗଗନେନ୍ଦୁ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ସମସ୍ତ ଭଲିବଲ୍ ଖେଳାଳି ଓ କିସ୍ ଛାତ୍ରଛାତ୍ରୀ ଭାରତୀୟ ଭଲିବଲ୍ ମହାଂସଘର ସଭାପତି ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଖେଳ ଓ ଖେଳାଳିଙ୍କୁ ପ୍ରୋତ୍ସାହିତ କରିବାରେ ଅକୁଣ୍ଠ ସମର୍ଥନ ପାଇଁ ଧନ୍ୟବାଦ ଜଣାଇଥିଲେ ।