Below header

ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ, ସଂସ୍କାର ମାମଲା ନେଇ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ସମ୍ପର୍କରେ ଚାଲିଛି ତର୍ଜମା

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବୈଠକ ବସିଛି। ବୈଠକରେ ଶ୍ରୀମନ୍ଦିର ସଂସ୍କାର ମାମଲା ନେଇ ସୁପ୍ରିମକୋର୍ଟ ଯେଉଁ ନିର୍ଦ୍ଦେଶ ଦେଇଥିଲେ ସେ ସମ୍ପର୍କରେ ମୁଖ୍ୟତଃ ତର୍ଜମା ଚାଲିଛି। ଆସନ୍ତା ଜାନୁୟାରୀ ୮ତାରିଖରେ ପରବର୍ତ୍ତୀ ରାୟ ଶୁଣାଇବାକୁ ଥିବା ବେଳେ ଏହା ପୂର୍ବରୁ ଶ୍ରୀମନ୍ଦିର ପ୍ରଶାସନ କଣ ସବ ତଥ୍ୟ ଉପସ୍ଥାପନ କରିବେ, ସେନେଇ ପରିଚାଳନା କମିଟି ବୈଠକରେ ଆଲୋଚନା କରାଯାଉଛି। ଏହାସହ ୨୫ ତାରିଖରେ ସୂର୍ଯ୍ୟପରାଗରେ ନୀତିକାନ୍ତି ସୁରୁଖୁରୁ ସହ ପହିଲି ଭୋଗ ଓ ମକର ସଂକ୍ରାନ୍ତିରେ ନୀତିକାନ୍ତି ରହିବ ସେନେଇ ଛତିଶାନିଯୋଗ ବୈଠକରେ ହୋଇଥିବା ଆଲୋଚନା ଉପରେ ପରିଚାଳନା କମିଟି ମୋହର ମାରିବ। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ,SP ଓ ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.