Below header

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ୫୦ ରୁ ଊର୍ଦ୍ଧ୍ଵ ଶ୍ରୀଜଗନ୍ନାଥଙ୍କ ସେବାୟତ, ବିଭିନ୍ନ ପ୍ରସଙ୍ଗରେ କଲେ ଆଲୋଚନା

କେନ୍ୟୁଜ୍(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଶ୍ରୀଜଗନ୍ନାଥଙ୍କ ସେବାୟତ । ୫୦ ରୁ ଊର୍ଦ୍ଧ୍ଵ ସେବାୟତ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ପରିକ୍ରମା ପ୍ରକଳ୍ପ ସମ୍ପର୍କରେ ସୁପ୍ରିମକୋର୍ଟ ଯେଉଁ ରାୟ ଦେଇଛନ୍ତି ତାହା ମହାପ୍ରଭୁଙ୍କ ଇଚ୍ଛାରେ ହୋଇଛି ବୋଲି କହିଛନ୍ତି ସେବାୟତ । ଏହାସହ ପ୍ରଭୁ ଜଗନ୍ନାଥଙ୍କ ମନ୍ଦିର ସହ ଜଡ଼ିତ ପଞ୍ଚୁ ମହାଦେବଙ୍କ ପୀଠ ଓ ଚାରିଟି ଆଶ୍ରମର ନବକଳେବର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ସେପଟେ ଐତିହ୍ୟ କରିଡର କାର୍ଯ୍ୟ ଆଗକୁ ବଢ଼ିବା ସହ ଆସନ୍ତା ରଥଯାତ୍ରା ସୁରୁଖୁରୁରେ ପରିଚାଳନା ଲାଗି ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଲୋଡିଛନ୍ତି । କୋଭିଡ ଯୋଗୁ ୨ ବର୍ଷ ପରେ ରଥଯାତ୍ରା ହେଉଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ସେବାୟତ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ସେପଟେ ରଥଯାତ୍ରା ସୁରୁଖୁରୁରେ କରିବା ଲାଗି ସମସ୍ତ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ସେବାୟତ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.