ଆସନ୍ତା ୧୬ ଯାଏ କଲବଲ କରିବ ତାତି, ମୌସୁମୀ ବର୍ଷା କେବେ ହେବ ତାକୁ ନେଇ ବଢିଛି ଚିନ୍ତା

ଭୁବନେଶ୍ବର(କେନ୍ୟୁଜ୍): ତାତିରୁ ନାହିଁ ନିସ୍ତାର । ଆସନ୍ତା ୧୬ ତାରିଖ ଯାଏ କଲବଲ କରିବ ଖରା । ପଶ୍ଚିମ ଓଡ଼ିଶାରେ ଅସହ୍ୟ ଗରମ ଅନୁଭୂତ ହୋଇଛି । ଗତକାଲି ଟିଟିଲାଗଡ଼ରେ ୪୫ ଡିଗ୍ରୀ ଥିଲା ତାପମାତ୍ରା । ବଲାଙ୍ଗିରରେ ୪୪.୯, ବୌଦ୍ଧରେ ୪୪.୫, ସମ୍ବଲପୁରରେ ୪୪.୪, ସୋନପୁରରେ ୪୪.୩ ଓ ଝାରସୁଗୁଡାରେ ୪୪.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ୧୬ ତାରିଖ ଯାଏ ତାତିରୁ ନିସ୍ତାର ନଥିବାବେଳେ ମୌସୁମୀର ଆଗମନକୁ ଅନିଶ୍ଚିତତା ଦର୍ଶାଇଛି ।

ଓଡ଼ିଶାରେ ମୌସୁମୀ ବର୍ଷା ହେଲେ ତାପମାତ୍ରା ହ୍ରାସ ପାଇଥାଏ । ହେଲେ ୧୬ ଯାଏ ତାପମାତ୍ରା ହ୍ରାସ ସମ୍ଭାବନା ନଥିବାରୁ ମୌସୁମୀ ବର୍ଷା କେବେ ହେବ ତାକୁ ନେଇ ଚିନ୍ତା ବଢିଛି। କେରଳରେ ମୌସୁମୀ ଛୁଇଁବାର ୧୦ରୁ ୧୨ ଦିନରେ ଓଡ଼ିଶା ଛୁଇଁଥାଏ । ଏହି କ୍ରମରେ ୧୨ ତାରିଖ ବେଳକୁ ମୌସୁମୀ ଓଡ଼ିଶା ଛୁଇଁବା ନେଇ ରାଜ୍ୟବାସୀ ଆଶା ରଖିଛନ୍ତି ।

ମାତ୍ର ମୌସୁମୀ କେରଳ ଛୁଇଁବା ପାଇଁ ଆଇଏମଡି ଧାର୍ଯ୍ୟ କରିଥିବା ମାନଦଣ୍ଡ ପୂରଣ ହୋଇନଥିବା ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ୍‌ ଅଭିଯୋଗ କରିଛି । ମୌସୁମୀ କେରଳ ଛୁଇଁଛି ବୋଲି ତରବରିଆ ଭାବେ ଆଇଏମଡି ଘୋଷଣା କରିଛି ବୋଲି ବିଭାଗ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.