ହ୍ୱାଟ୍ସଆପ୍‌ ଆଣୁଛି ନୂଆ ଫିଚର : ଏଣିକି ସ୍ମାର୍ଟଫୋନ୍‌ର ସ୍କ୍ରିନ୍‌ ଲକ୍‌ ଥିଲେ ବି ପଠାଇ ପାରିବେ ମେସେଜ୍‌, ଜାଣନ୍ତୁ ଏହାର ଉପାୟ

ପ୍ରସିଦ୍ଧ କମ୍ପାନୀ ଆପ୍ପଲ ଏହାର ଆଇଫୋନ୍ ସ୍ମାର୍ଟଫୋନ୍ ୟୁଜର୍ସଙ୍କୁ ଅନେକ ଫିଚର୍ସ ଦେବାକୁ ଚେଷ୍ଟା ଜାରି ରଖିଥାଏ। ଆଇଫୋନ୍‌ରେ ହ୍ୱାଟ୍ସଆପ୍‌ ମେସେଜର ରିପ୍ଲାଏ ଦେବାର ଏକ ଉପାୟ ଏମିତି ବି ଅଛି, ଯାହା ଆଣ୍ଡ୍ରଏଡ୍‌ରେ ନାହିଁ। ଏହି ଫିଚର ମାଧ୍ୟମରେ ଆପଣ ଆଇଫୋନ୍ ର ସ୍କ୍ରିନ୍ ଲକ୍ ହୋଇଥିଲେ ମଧ୍ୟ ହ୍ୱାଟ୍ସଆପ୍‌ ମେସେଜଗୁଡିକର ରିପ୍ଲାଏ ଦେଇପାରିବେ। ଏହି ନୂଆ ଏବଂ ଆଶ୍ଚର୍ଯ୍ୟଜନକ ଫିଚର କିପରି କାମ କରିବ ଆସନ୍ତୁ ଜାଣିବା।

ହ୍ୱାଟ୍ସଆପ୍‌ରେ କୌଣସି ବି ମେସେଜର ଜବାବ ଦେବା ପାଇଁ ଆପଣଙ୍କୁ ନିଜ ଫୋନ୍‌ର ସ୍କ୍ରିନ୍‌କୁ ଅନଲକ୍‌ କରିବାକୁ ହୋଇଥାଏ। କିନ୍ତୁ ଯଦି ଆପଣ ଜଣେ ଆଇଫୋନ୍ ୟୁଜର୍, ତେବେ ସ୍କ୍ରିନ୍ ଲକ୍ ହୋଇଥିଲେ ବି ଆପଣ ରିପ୍ଲାଏ ଦେଇପାରିବେ। ତେବେ, ସୂଚନାଯୋଗ୍ୟ ଯେ ଆପଲ୍ ଆଇଫୋନ୍ 6s ଏବଂ ଆଇଫୋନ୍ 13, ଆଇଫୋନ୍ 12, ଆଇଫୋନ୍ 11 ପରି ନୂଆ ଆଇଫୋନ୍ ମଡେଲଗୁଡିକ ପାଇଁ ଏହି ଫିଚର ଉପଲବ୍ଧ। ଆସନ୍ତୁ ଜାଣିବା ଆପଣ ଏହାକୁ କିପରି ବ୍ୟବହାର କରିପାରିବେ:

ଆଇଫୋନ୍‌ରେ ସ୍କ୍ରିନ୍‌ ଲକ୍‌ ହେବାରେ ଏମିତି କରନ୍ତୁ ରିପ୍ଲାଇ –

ସ୍କ୍ରିନ୍‌ରେ ଆସିଥିବା ହ୍ୱାଟ୍ସଆପ୍ ନୋଟିଫିକେସନରେ ଟ୍ୟାପ୍‌ କରନ୍ତୁ ବା ଲଗ୍‌ ପ୍ରେସ୍‌ କରନ୍ତୁ ।

ନିଜର ରିପ୍ଲାଇ ଟାଇପ୍‌ କରନ୍ତୁ ଏବଂ ସେଣ୍ଡରେ ଟାପ୍‌ କରନ୍ତୁ

ଏଥିପାଇଁ ଆପଣ ସେଟିଂକୁ ଯାଇ ନିଜର ହାପ୍ଟିକ୍ ସେଟିଂକୁ ଆଡଜଷ୍ଟ କରିବାକୁ ପଡ଼ିପାରେ । ଏଥିପାଇଁ ସେଟିଂକୁ ଯାଆନ୍ତୁ , ପୁଣି ଆକ୍ସେସିବିଲିଟି , ପୁଣି ଟଚ୍ , ଓ ହାପ୍ଟିକ୍କୁ ଯାଇ ଟଚ୍ ଡ୍ୟୁରେଶନ ଉପରେ ଟ୍ୟାପ୍‌ କରନ୍ତୁ ।