ବଡମ୍ବା ବନାଞ୍ଚଳରରୁ ପୁଣି ଏକ ଦନ୍ତା ହାତୀର ଗଳିତ ମୃତଦେହ ଉଦ୍ଧାର, ଶିକାର କରିବା ପରେ ପୋତି ଦେଇଥିବା ଅଭିଯୋଗ

କଟକ (କେନ୍ୟୁଜ୍‌): କଟକ ଜିଲ୍ଲା ବଡମ୍ବା ବନାଞ୍ଚଳରରୁ ପୁଣି ଏକ ଦନ୍ତା ହାତୀର ଗଳିତ ମୃତଦେହ ଉଦ୍ଧାର । ଚନ୍ଦ୍ରଗିରି ସଂରକ୍ଷିତ ଜଙ୍ଗଲରେ ଅନ୍ୟ ଏକ ହାତୀ ମୃତ୍ୟର ତଦନ୍ତ ବେଳେ ଏସଟିଏଫ୍‌ ଟିମ୍‌ ଆସିଥିବା ବେଳେ ସାମନାକୁ ଆସିଥିଲା ଘଟଣା । ମାଟି ଖୋଳିବା ପରେ ହାତୀର ଗଳିତ ମୃତଦେହ ବାହାରିଥିଲା ।

ମୃତ ହାତୀର ଅଙ୍ଗପ୍ରତ୍ୟଙ୍ଗକୁ ଅଧିକ ପରୀକ୍ଷା ପାଇଁ ଫରେନସିକ୍‌ ଲ୍ୟାବକୁ ପଠାଯିବ । ବ୍ୟବଚ୍ଛେଦ ରିପୋର୍ଟକୁ ଏବେ ଅପେକ୍ଷା କରାଯାଉଛି । ଏହାପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଏସଟିଏଫ୍‌ କହିଛି । କେହି ହାତୀକୁ ଶିକାର କରିବା ପରେ ପୋତି ଦେଇଥିବା ଅଭିଯୋଗ ହୋଇଛି । ଗତକାଲି ବଡମ୍ବା ବନାଞ୍ଚଳରୁ ଗୋଟିଏ ହାତୀର ଗଳିତ ମୃତଦେହ ଉଦ୍ଧାର ହୋଇଥିଲା । ହାତୀ ମୃତ୍ୟୁ ପାଇଁ ବନ ବିଭାଗର ଅବହେଳାକୁ ଦାୟୀ କରିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.