Below header

ଆସନ୍ତାକାଲି ବିଧାନସଭାରେ ଉପସ୍ଥାପନ ହେବ ରାଜ୍ୟ ବଜେଟ୍‌, ଫୋକସରେ ରହିପାରେ ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର(କେ ନ୍ୟୁଜ): ଆସନ୍ତାକାଲି ଉପସ୍ଥାପନ ହେବ ରାଜ୍ୟ ବଜେଟ୍‌ । ୨୦୨୧-୨୨ ବର୍ଷ ପାଇଁ ବିଧାନସଭାରେ ବଜେଟ୍‌ ଉପସ୍ଥାପନ ହେବ । ରାଜ୍ୟ ବଜେଟ୍‌ର ରୂପରେଖ କଣ ରହିବ ? ବଜେଟ ଆକାର ରହିବ ସେନେଇ ଚାଲିଛି ତନାଘନା | ଆଶା କରାଯାଉଛିଯେ, ଚଳିତ ବର୍ଷର ବଜେଟ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାରୁ ଅଧିକ ହୋଇପାରେ । ଯେବେକି ଗତବର୍ଷ ବଜେଟ୍‌ ଆକାର ୧ ଲକ୍ଷ ୫୦ ହଜାର କୋଟି ଟଙ୍କା ଥିଲା । ଚଳିତ ବଜେଟ୍‌ରେ କେଉଁ କେଉଁ କ୍ଷେତ୍ର ଫୋକସ୍‌ରେ ରହିବ ? ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ମିଳିପାରେ । ଗତଥର ସ୍ୱାସ୍ଥ୍ୟ କ୍ଷେତ୍ର ଲାଗି ବ୍ୟୟ ବରାଦ ଥିଲା ୭ ହଜାର ୭ ଶହ କୋଟି ଟଙ୍କା ।

ଚଳିତ ଥର ସ୍ୱାସ୍ଥ୍ୟ ବିଭାଗକୁ ପ୍ରାୟ ୧୦ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ ବରାଦ ହୋଇପାରେ । ୨୦୨୦-୨୧ରେ କୃଷି ଓ କୃଷି ସମ୍ବନ୍ଧୀୟ କ୍ଷେତ୍ର ପାଇଁ ୧୪.୧ ପ୍ରତିଶତ, ପଞ୍ଚାୟତିରାଜ ପାଇଁ ୧୩ ପ୍ରତିଶତ, ଏମଏସଏମଇ ପାଇଁ ୧୨.୯ ପ୍ରତିଶତ ଓ ସ୍ୱାସ୍ଥ୍ୟ ୫.୭ ପ୍ରତିଶତ ବ୍ୟୟ ବରାଦ କରାଯାଇଥିଲା । ଚଳିତ ବର୍ଷ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଅଧିକ ଟଙ୍କା ବ୍ୟୟ ବରାଦ ହୋଇପାରେ ବୋଲି ଆଶା କରାଯାଉଛି । ଏହା ସହ ଫୋକସ୍‌ରେ ରହିପାରେ କୃଷି, ପଞ୍ଚାୟତିରାଜ ଓ ଶିକ୍ଷା ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.