ଶୁଣିଲାନି ପ୍ରଶାସନ, ଶେଷରେ ନିଜେ ରାସ୍ତା ତିଆରି କଲେ ମହିଳା ଓ ଛାତ୍ରଛାତ୍ରୀ

ମାଲକାନାଗିରି (କେନ୍ୟୁଜ) : ଆପଣ ଏହା କହିବାର ପ୍ରାୟ ଶୁଣିଥିବେ ଏକତା ହିଁ ବଳ। ଅର୍ଥାତ ଏକତା ବଳରେ ହିଁ କଠିନରୁ କଠିନ କାମ ପାଇଁ ବି ସହଜ ହୋଇଯାଏ। ଏମିତି ହିଁ କିଛି କରିଦେଖାଇଛନ୍ତି ସ୍କୁଲ ପିଲା ଓ ସ୍ୱୟଂ ସହାୟକ ଗୋଷ୍ଠି। ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକ୍ ଅନ୍ତର୍ଗତ ପଟ୍ରେଲ୍ ଗ୍ରା.ପର ଏକ ମଫସଲ ଗାଁ ପାଡାଲ୍ପୁଟ୍‌। ମାଲକାନଗିରି ଜିଲ୍ଲା କୋରକୁଣ୍ଡା ବ୍ଲକ୍ ଅନ୍ତର୍ଗତ ଏହି ପାଡାଲପୁଟ ଗାଁ ରାସ୍ତାଟି ମାଲକାନଗିରି-ବାଲିମେଳା ମୁଖ୍ୟ ସଡକରୁ କେନ୍ଦୁଗୁଡାକୁ ଯାଇଛି । ସେହି ପୂର୍ତ୍ତ ବିଭାଗ ସଡକରୁ ଆଗ୍ରୋ ନର୍ସରୀ ଦେଇ ମାଝିଗୁଡାକୁ ସଂଯୋଗ କରୁଛି ମାଟି ରାସ୍ତାଟିଏ । ଏହାକୁ ମେଟାଲ୍ କଙ୍କ୍ରିଟ୍ ରୋଡ୍ କିମ୍ବା ପିଚୁ ରୋଡ୍‌ କରିବାକୁ ଗ୍ରାମବାସୀ ଅନେକ ଦିନ ଧରି ଦାବି କରି ଆସିଛନ୍ତି । ଏ ନେଇ ସେମାନେ ସରପଞ୍ଚ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, କୋରକୁଣ୍ଡା ବ୍ଲକ ଅଧିକାରୀଙ୍କୁ ଜଣାଇଥିଲେ। ରାସ୍ତାର ଉନ୍ନତିକରଣ ତ ଦୂରର କଥା, ଗତ ୫ ବର୍ଷ ମଧ୍ୟରେ କୌଣସି ମରାମତି କାର୍ଯ୍ଯ ମଧ୍ୟ ହୋଇ ପାରିନାହିଁ।

ଏବିଷୟରେ ଗ୍ରାମ ସଭାରେ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କିଛି ପଦକ୍ଷେପ ନିଆଯାଇ ନାହିଁ। ଏ ସମସ୍ତ କଥା ଜାଣିବାପରେ ଗାଁ ଲୋକ ନିଜସ୍‌ୱ ସାମୁହିକ ଶ୍ରମଦାନ କରି ପ୍ରତିବର୍ଷ ରାସ୍ତାର କିଛି କିଛି ଅଂଶ ମରାମତି କରିଆସୁଥିଲେ। ତେବେ ଏ କଥା ସେତେ ବେଳେ ବଢିଗଲା ଯେତେବେଳେ ବିଦ୍ୟାଳୟ ଖୋଲିବାପରେ ସାଇକେଲ୍ ଯାଉଥିବା ୨ଜଣ ବିଦ୍ୟାର୍ଥି ବହିବସ୍ତାନୀସହ ଏହି ରାସ୍ତାରେ ପଡିଗଲେ, ଏବଂ ଅପରଦିଗରୁ ଆସୁଥିବା ମଟରସାଇକଲ ଚାଳକ ମଧ୍ୟ ପଡିଯାଇଥିଲେ।

ଗ୍ରାମବାସୀଙ୍କ ସହଯୋଗରେ ସେମାନଙ୍କୁ ଆଶୁ ଚିକିତ୍ସା ଓ ସାଇକଲ ମଟରସାଇକଲ୍ ଉଭୟରର ମରାମତି କରାଯାଇଥିଲା। ଆଉ ଏହା ପରଠାରୁ ଆଜି ସକାଳୁ ସମସ୍ତ କୁନି ପିଲାମାନେ କୋଡି କୋଦାଳ ଧରି ରାସ୍ତାରେ ହୋଇଥିବା ଖାଲ ଢ଼ିପ ଗୁଡିକୁ ସମତଳ କରିବା ଆରମ୍ଭ କରିଦେଲେ। ଏ ବିଷୟ ଜାଣିବାରୁ ଗ୍ରାମର ସ୍ୱୟଂ ସହାୟକଗୋଷ୍ଠୀର ମା ଓ ମାଉସି ମାନେ ନିଜେ ଅଣ୍ଟା ଭିଡି ପିଲାଙ୍କ ସହ ମରାମତି କାମରେ ମିଶିଲେ।

ଖାଲି ଏତିକି ନୁହେଁ ସେମାନେ ନିଜର କିଛି ସଂଚୟ ଓ କିଛି ଚାନ୍ଦାକରି ୩ ହଜାର ଟଙ୍କାର ମାଟି ଆଣି ରାସ୍ତାର ଆବଶ୍ୟକ ସ୍ଥାନମାନଙ୍କରେ ପକାଇ ସମତଳ କଲେ। ଟିମ୍ ସଂଗଠନ ଏ ବିଷୟରେ ଜାଣିବାପରେ ପୁଣିଥରେ ଜିଲ୍ଲାପାଳ ଓ ର୍ନିବାହୀ ଯନ୍ତ୍ରୀ, ପୂର୍ତ୍ତ ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି। ଏବେ କେବଳ ସାହାଯ୍ୟକୁ ଅପେକ୍ଷା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.